ଖୁବ ଆଡମ୍ବର ସହକାରେ ପାଳନ ହୋଇଛି ମା’ ମହାମୟୀଙ୍କ ବାର୍ଷିକ ଉତ୍ସବ, ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଖୁବ ଧୁମଧାମରେ ଚାଲିଥିଲା ଯଜ୍ଞ ଏବଂ ମନ୍ତ୍ର ଉଚ୍ଚାରଣ । ଏକାଠି ହୋଇଥିଲେ ଗ୍ରାମବାସୀ ଏବଂ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ତେବେ ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଟାକରାଠାରେ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମା' ମହାମାୟୀଙ୍କ ମନ୍ଦିର ବିଷୟରେ । ଏଠାରେ ପ୍ରତିବର୍ଷ ଖୁବ ଆଡ଼ମ୍ବରର ସହକାରେ ପାଳନ କରାଯାଏ ମା' ମହାମୟୀଙ୍କ ବାର୍ଷିକ ଉତ୍ସବ ।

ଖୁବ ଧୁମଧାମରେ ଚାଲିଥିଲା ଯଜ୍ଞ ଏବଂ ମନ୍ତ୍ର ଉଚ୍ଚାରଣ । ଏକାଠି ହୋଇଥିଲେ ଗ୍ରାମବାସୀ ଏବଂ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ତେବେ ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଟାକରାଠାରେ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମା’ ମହାମାୟୀଙ୍କ ମନ୍ଦିର ବିଷୟରେ । ଏଠାରେ ପ୍ରତିବର୍ଷ ଖୁବ ଆଡ଼ମ୍ବରର ସହକାରେ ପାଳନ କରାଯାଏ ମା’ ମହାମୟୀଙ୍କ ବାର୍ଷିକ ଉତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ଆଡ଼ମ୍ବରର ସହକାରେ ମା’ ମହାମାୟୀଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଇଛି ।

ଏଠାରେ ୨ ଦିନ ଧରି ସ୍ଵତ୍ରୀୟ ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଖୁବ ଧୁମ୍ ଧାମର ସହିତ ପାଳନ ହୋଇଛି ମା’ ମହାମାୟୀଙ୍କ ବାର୍ଷିକ ଉତ୍ସବ । ପ୍ରଥମ ଦିନରେ ଅର୍ଥାତ୍ ସୋମବାର ଦିନ ସକାଳୁ କଳସ ଯାତ୍ରା ପରେ ସୂର୍ଯ୍ୟପୂଜା, ଶାଲା ସଂସ୍କାର, ଦେବତା ଆବାହନ, ଅଗ୍ନି ଅର୍ଚ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ମହାମାୟୀଙ୍କ ଉପଚାର ପୂଜା, ଚଣ୍ଡୀପାଠ ଯଜ୍ଞ, ପୂର୍ଣ୍ଣାହୂତି, ଆଳତି, ପୁଷ୍ପାଞ୍ଜଳି ଏବଂ ଶାନ୍ତିପାଠ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା ।

ଏଠାରେ ଖୁବ ଆଡମ୍ବରର ସହକାରେ ପାଳନ କରାଯାଏ ମା’ ମହାମୟୀଙ୍କ ବାର୍ଷିକ ଉତ୍ସବ । ଏହା ସହିତ ୨ ଦିନଧରି ମହାମାୟୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆସୁଥିବା ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଭକ୍ତମାନେ ଖୁବ ଶ୍ରଦ୍ଧାର ସହ ଭଜନ କୀର୍ତ୍ତନ କରି ମା’ଙ୍କ ପୂଜାର୍ଚନା କରିଥିଲେ । ଏଠାରେ ମା’ ମହାମାୟୀଙ୍କର ରହିଛି ଭିନ୍ନ ମାନ୍ୟତା ।

ତତ୍ ସହିତ ଦୀର୍ଘ ୧୫ ରୁ ୨୦ ବର୍ଷ ହେବ ଟାକରା ଅଞ୍ଚଳର କିଛି ଶ୍ରଦ୍ଧାଳୁ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା’ ମହାମାୟୀଙ୍କୁ ରଖି ପୂଜାର୍ଚ୍ଚନା କରୁଥିବାବେଳେ ଗତ ୧ ବର୍ଷ ତଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜସ୍ୱ ହାତପାଣ୍ଠିରୁ ଅନୁଦାନ ରାଶି ପ୍ରଦାନ କରି ମା’ ମହାମାୟୀଙ୍କର ଏକ ସ୍ଵତନ୍ତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ସହଯୋଗ ଯୋଗାଇଥିବାରୁ ଅଞ୍ଚଳବାସି ବିଧାୟକଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା । ଏହି ବାର୍ଷିକ ଉତ୍ସବ ମା’ ମହାମାୟୀଙ୍କ ଆଶିଷ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.