Below header

ଈଶ୍ୱରଙ୍କ ଏ କି ବିଚିତ୍ର ଖେଳ, ପୁଅ ଦେଲେ ହେଲେ ଦେଲେ ନାହିଁ କାନ

ଜୟପୁର (କେନ୍ୟୁଜ) : ସତରେ ଭଗବାନ କାହାକୁ କିଭଳି ପରିସ୍ତିତିରେ ଦୁନିୟାକୁ ପଠାନ୍ତି ତାହା ଆମ ସମସ୍ତଙ୍କ ପାଇ ଅଜଣା ଯେମିତି କି ଏହି କୋମଳମତି ଶିଶୁ ପୁତ୍ର । ପୁଅଟେ ପାଇବା ପାଇଁ କାହାର ବା ଆଶାନଥାଏ। ପୁଅ ଆମର ବଂଶ ରକ୍ଷା କରିବ ଆଉ ବୃଦ୍ଧ କାଳେ ସାହାରା ହେବ, କାନ୍ଧରେ ବସାଇ ମଶାଣୀକୁ ନେବ। ରାମଚନ୍ଦ୍ର ଆଉ କମଳା ବି ଠିକ ଏମିତି ହିଁ ଆଶା ରଖିଥିଲେ। ମେ ମାସ ୧୬ ତାରିଖରେ ଜୟପୁର ଜିଲ୍ଲା ଡାକ୍ତରଖାନା ରେ ତାଙ୍କର ଏହି ଆଶା ବି ପୂରଣ ହେଲା । ପୁଅଟିର କଅଁଳ ମୁହଁ ଦେଖି ଖୁସିରେ ଫାଟି ପଡିଲେ ପରିବାର କିନ୍ତୁ ଏହି ଖୁସି ବଦଳିଗଲା ଦୁଃଖରେ। କାହିଁକିନା ଏମାନଙ୍କ ସେହି ଖୁସିର ହସ ଶୁଣିବାକୁ ନବଜନ୍ମିତ ପୁଅଟିର ଦୁଇଟି ଯାକ କାନ ନଥିଲା।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ କୋରାପୁଟ ଜିଲ୍ଲା ଜୟପୁରରେ। ଅନ୍ୟ ଶିଶୁଙ୍କ ଭଳି ପିଲାଟିର ସବୁକିଛି ସାଧାରଣ ଥିବା ବେଳେ କାନ ଦୁଇଟି ନାହିଁ। ପୁଅର କାନ ନଥିବା ନେଇ ପ୍ରଥମେ ଜୟପୁର ଜିଲ୍ଲା ଡାକ୍ତରଖାନା ଓ ପରେ କୋରାପୁଟ ଏସଏଲଏନ ମେଡ଼ିକାଲ କଲେଜକୁ ନେଇ ଥିଲେ କିନ୍ତୁଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ଓ କଟକ ନେଇ ଯିବାକୁ କହିଲେ। କିନ୍ତୁ ଅର୍ଥ ଅଭାବରୁ ସେମାନେ ଘରକୁ ଫେରିଆସିଛନ୍ତି।

ଜୟପୁର ବ୍ଲକ ଉମୁରି ପଞ୍ଚୟତରେ ଦିନ ମଜୁରିଆ ଭାବେ କାମ କରି ଚଳନ୍ତି ରାମଚନ୍ଦ୍ର। ଦିନ ମଜୁରିଆ ହେତୁ ରିଜଗାର ଉପରେ ଦାଉ ସାଧିଛି କରୋନା ମାଡ। ଆଉ ଏହି ପରିସ୍ଥିତିରେ ପୁଅର କାନ ପାଇଁ ଚିକିତ୍ସା କରିବା ଏମାନଙ୍କ ପାଇଁ ହୋଇଯାଇଛି ସାତ ସପନ। ତେବେ ଜନ୍ମିତ ପିଲାଟିର କାନ ନଥିବା ନେଇ କୋରାପୁଟ ଏସଏଲଏନ ମେଡ଼ିକାଲ କଲେଜ ଶିଶୁବିଭାଗ ଆସିଷ୍ଟାଣ୍ଟ ପ୍ରଫେସର କହିଛନ୍ତି ଯେ ବର୍ତ୍ତମାନ ଶିଶୁଟି ସୁସ୍ଥ ରହିବା ସହ ତା ଜୀବନ ପ୍ରତି କୌଣସି ବିପଦ ନାହି କିନ୍ତୁ କିଛି ମାସ ପରେ ତାର ଏମ ଆର ଆଇ କରାଯିବା ପରେ ହି ଇଏନଟି ଡାକ୍ତର ଓ ସର୍ଜନ ଚିକିତ୍ସା ପାଇଁ ମତ ଦେଇ ପାରନ୍ତି । କାରଣ ପରୀକ୍ଷାରେ ଜଣାପଡିବ ଯେ ଶିଶୁଟିର ବାହ୍ୟ କର୍ଣ୍ଣ ସ୍ଥିତି ଓ ଅନ୍ତ କର୍ଣ୍ଣ ଅଛି କି ନାହିଁ। ଯଦି ଏସବୁ ଥାଏ ତାହେଲେ ଅପରେସନ୍‌ ମାଧ୍ୟମରେ ଶିଶୁଟି ଶ୍ରବଣ ଯୋଗ୍ୟ ହୋଇପାରିବ ଓ ଏଥିପାଇଁ ସରକାରୀ ବ୍ୟବସ୍ଥା ଏବଂ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର।

ଏହି ଅସହାୟ ଏବଂ ଗରିବ ପରିବାର ବିଷୟରେ ଆମେ ଯେତେବେଳେ ଜୟପୁର ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲୁ ତାଙ୍କ ପାଖରୁ କିଛି ପ୍ରତିକ୍ରିୟା ମିଳିଲା ନାହିଁ। ତେଣୁ ଏହି ଗରିବ ବାପା ମାଆଙ୍କୁ ସାହାଯ୍ୟ କରିବା ପାଇଁ ଏମାନେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ନିଜ ପୁଅର କାନକୁ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି ଏହି ଗରିବ ବାପା ମାଆ। ତେବେ ଏମାନଙ୍କୁ କେବଳ ଆପଣଙ୍କ ସହାୟତାର ଆବଶ୍ୟକ ରହିଛି। ଆପଣଙ୍କର ଗୋଟିଏ ଛୋଟିଆ ପ୍ରୟାସ ଏହି କଅଁଳ ଶିଶୁଟିର ଭବିଷ୍ୟତକୁ ଗଢ଼ିପାରିବ। ତେଣୁ ଆପଣ ନିହାତି ଭାବେ ସାହାଯ୍ୟ କରନ୍ତୁ। ଆପଣ କାହାକୁ ସାହାଯ୍ୟ କରିଥିଲେ ଆପଣଙ୍କ ଅସୁବିଧା ବେଳେ ନିହାତି ଭାବେ ସାହାଯ୍ୟ ମିଳିବ।

JAYPUR_ADDRESS

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.