Below header

ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିବାରୁ ମହିଳା ବେଶରେ ପୀଡ଼ିତାଙ୍କ ଘରେ ପଶି ହତ୍ୟା କଲା ଅଭିଯୁକ୍ତ

ଜାମିନରେ ଜେଲରୁ ମୁକୁଳିଥିବା ଜଣେ ବ୍ୟକ୍ତି ବଳାତ୍କାର ଅଭିଯୋଗ କରିଥିବା ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଛି। ଏଭଳି ସାଂଘାତିକ ଘଟଣା ଘଟିଛି ରାଜସ୍ଥାନର ଶିରୋହୀଠାରେ। ଏଠାରେ ଅଭିଯୁକ୍ତ ଜେଲରୁ ମୁକୁଳିବା ପରେ ପୀଡିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି।

ରିପୋର୍ଟ ମୁତାବକ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ୨୦୧୭ରେ ହୋଇଥିଲା। ସେ ଅଙ୍ଗନବାଡି କର୍ମୀ ଭାବେ କାମ କରି ପେଟ ପୋଷୁଥିଲେ। ମହିଳା ଏକୁଟିଆ ରହୁଥିବାରୁ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରୁଥିଲା। ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ କିଛି ଦିନ ଚୁପ ରହିବା ପରେ ୨୦୨୦ ମସିହାରେ ପୁଣି ପୀଡ଼ିତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଦେଇଥିଲା।

ନିକଟରେ ଅଭିଯୁକ୍ତ ଜାମିନରେ ଆସି ପୁଣିଥରେ ମହିଳାଙ୍କୁ ହଇରାଣ କରୁଥିଲା। ଘଟଣା ଦିନ ସେ ସ୍ତ୍ରୀ ଲୋକ ବେଶରେ ମହିଳାଙ୍କ ଘରେ ପ୍ରବେଶ କରିଥିଲେ। ମହିଳା ଓ ତାଙ୍କ ଭଉଣୀ ଶୋଇଥିବା ବେଳେ ସେ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.