Below header

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

ପୁରୀ : ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀଜିଉମାନଙ୍କର ମସ୍ତକରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା, ବଡ଼ଠାକୁର ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଲଗାଯିବାର ପରମ୍ପରା ରହିଛି । ପ୍ରଥମ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କୁ ଏହି ଚିତାଲାଗି କରାଯିବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ଣ ଗୋଟାଏରୁ ୫ଟା ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦେବସ୍ନାନ ପୂର୍ଣ୍ଣମୀ ଦିନ ମହାପ୍ରଭୁ ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଯିବା ପରେ ଦଇତାପତି ଚିତାଗୁଡ଼ିକୁ ବାହାର କରି ଦେଉଳକରଣଙ୍କୁ ଦେଇଥାନ୍ତି । ଘୋଷଯାତ୍ରା ସାରି ରତ୍ନସିଂହାସନକୁ ଶ୍ରୀଜିଉ ଫେରିଥିବାରୁ ପୁଣି ଥରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବାର ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.