Below header

ଘରେ ଶୋଇଥିବା ଅବସ୍ଥାରେ ଦୁଇ ସାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ଘରେ ଶୋଇଥିବା ଅବସ୍ଥାରେ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋରରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିରିପଦା ଗାଁର ବୃନ୍ଦାବନ ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଓ ତେଣ୍ଟେଇ ଗାଁର ବୀରେନ୍ଦ୍ର ଦାସଙ୍କ ଲକ୍ଷ୍ମୀପ୍ରିୟା ଦାସ । ଦୁହେଁ ତେଣ୍ଟେଇ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ଗତକାଲି ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଟିଉସନରୁ ଫେରିଥିଲେ । ସାଙ୍ଗ ହୋଇ ଲକ୍ଷ୍ମୀପ୍ରିୟାଙ୍କ ଘରେ ଶୋଇଥିଲେ । ଆଜି ସକାଳୁ ଡାକିଥିଲେ ପରିବାର ଲୋକ ।

ଏହାପରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହେଲା, ତାର ଖୋଳତାଡ ଚଳାଇଛି ପୋଲିସ । ଏହି ଘଟଣା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.