Below header

ସ୍ଥାୟୀ ଜମିପଟା ପ୍ରଦାନ ଓ ଦ୍ୱିତୀୟ କୋଣାର୍କକୁ ବିରୋଧ କରି, କୋଣାର୍କରେ ୨୪ ଘଣ୍ଟିଆ ବନ୍ଦ ପାଳନ

ପୁରୀ : ଆଜି କୋଣାର୍କରେ ୨୪ ଘଣ୍ଟିଆ ବନ୍ଦ ପାଳନ । ବନ୍ଦ ଡାକରା ଦେଇଛି ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି । ସ୍ଥାୟୀ ଜମିପଟା ପ୍ରଦାନ ଓ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନକାରୀ କୋଣାର୍କ-ପୁରୀ ରାସ୍ତାର ବାଲିକପିଳେଶ୍ୱର ଛକ, କାକଟପୁର-କୋଣାର୍କ ରାସ୍ତାର ରାଉଳପାଟଣା, ପିପିଲି-କୋଣାର୍କ ରାସ୍ତାର ବୁଣେଇଖରେ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ସେହିପରି ବନ୍ଦ ରହିଛି ସମସ୍ତ ଦୋକାନ ବଜାର । ବନ୍ଦ ପାଳନ ଯୋଗୁ କୋଣାର୍କ ବୁଲି ଆସିଥିବା ପର୍ୟ୍ୟଟକଙ୍କୁ ବେଶ ହଇରାଣ ହେବାକୁ ପଡ଼ିଛି । ଅଭିଯୋଗ ହୋଇଛି, କୋଣାର୍କ ଅଞ୍ଚଳରେ ଥିବା ୯ଟି ରାଜସ୍ୱ ମୌଜା ଲୋକଙ୍କୁ ଆଜି ପର୍ୟ୍ୟନ୍ତ ସ୍ଥାୟୀ ଜମିପଟା ମିଳି ନାହିଁ । ପ୍ରତିବାଦରେ ଏହି ବନ୍ଦ ପାଳନ କରୁଛି ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.