Below header

ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ସହରୀ ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଦେଶର ମୋଟ ୬୩ଟି ଭୌଗୋଳିକ ଏରିଆରେ ଏହା କାର୍ଯ୍ୟ କରିବ । ସେଭିତରୁ ରାଜ୍ୟର୧୭ଟି ଜିଲ୍ଲାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥିପାଇଁ ବିପିସିଏଲ ୧୨ ଶହ ୫୨ କୋଟି ଟଙ୍କା ବିନିଯୋଗ କରିବ । ସେହିପରି ଗେଲ ୭୨୮ କୋଟି ଟଙ୍କା ଓ ଆଦାନୀ ୫ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ପ୍ରକଳ୍ପରେ ସୁନ୍ଦରଗଡ଼, ଝାରସୁଗୁଡା, ଯାଜପୁର, କେନ୍ଦୁଝର , ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ନୟାଗଡ଼, ପୁରୀ, ଗଞ୍ଜାମ, ଜଗତସିଂହପୁର ଜିଲ୍ଲା ଏହି ପ୍ରକଳ୍ପ ଦ୍ୱାରା ଲାଭବାନ ହେବ । ଭାରତ ଗ୍ୟାସ ରିର୍ସୋସେସ୍‌, ଗେଲ ଗ୍ୟାସ ଲିମିଟେଡ ଓ ଆଦାନୀ ଗ୍ୟାସ ଲିମିଟେଡ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.