କେମିତି ରହିବା ଉଚିତ ଆଚରଣ ଓ ଉଚ୍ଚାରଣ ? ତାଲିମ୍‌ ନେଉଛନ୍ତି ପୋଲିସ କର୍ମଚାରୀ

ଭୁବନେଶ୍ବର : ଆଚରଣ ଓ ଉଚ୍ଚାରଣ କେମିତି ରହିବା ଉଚିତ। ତାଲିମ୍‌ ନେଉଛନ୍ତି ପୋଲିସ କର୍ମଚାରୀ । ୨ଟି ପର୍ଯ୍ୟାୟରେ ତାଲିମ ନେବେ ୨୪୦। ତାଲିମ୍‌ ଦେଉଛି ଫ୍ରାଙ୍କଫିନ୍‌ ସଂସ୍ଥା । କର୍ମଶାଳାରେ ଅଛନ୍ତି ରାଜ୍ୟର ବଛାବଛା ପୋଲିସ କର୍ମଚାରୀ ।  ଆଗକୁ ହକି ବିଶ୍ୱକପ । ଆସୁଥିବା ଖେଳାଳି ଓ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରିବେ, ସେ ନେଇ ଦିଆଯାଉଛି ତାଲିମ୍‌ ।  ପ୍ରତି ହକି ଟିମ୍‌ ସହ ତାଲିମ ପ୍ରାପ୍ତ ୨ଜଣ ପିଏସଓ ରହିବେ । ବିମାନବନ୍ଦରରୁ-ହୋଟେଲ ଓ ହୋଟେଲରୁ- ଷ୍ଟାଡିୟମକୁ ଖେଳାଳିମାନେ ଯିବା ଆସିବା ସମୟରେ ଏହି ପୋଲିସ କର୍ମଚାରୀମାନେ ସାଥିରେ ରହିବେ।

ସେପଟେ ବିଶ୍ୱକପ୍‌ ହକି ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ଗୋଟିଏ ସମୟରେ ବିଶ୍ୱକପ୍‌ ଓ ବାଲିଯାତ୍ରା ଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବା ବିଶ୍ୱକପ୍‌ ପାଇଁ ମୁତୟନ ହେବେ ୭୫ ପ୍ଲାଟୁନ୍‌ ଫୋର୍ସ । ଦାୟିତ୍ୱରେ ରହିବେ ୪୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ। ଟ୍ରାଫିକ୍‌ ପାଇଁ ୨୬୦ଜଣ ଟ୍ରାଫିକ୍‌ କର୍ମଚାରୀ ମୁତୟନ ହେବୋ ଏ ସମୟରେ ଅପରାଧିଙ୍କ ଉପରେ କଡା ନଜର ରଖାଯିବ ।

ଖେଳ ସମୟରେ ଷ୍ଟାଡିୟମକୁ ପାଣି ବୋତଲ, ଖାଦ୍ୟ ପୁଡିଆ ଓ ଖୁଚୁରା ପଇସା ଉପରେ କଟକଣା ରହିଛିା ତେଣୁ ଦର୍ଶକମାନଙ୍କୁ ଏନେଇ ଷ୍ଟାଡିୟମ ବାହାରେ ଅବଗତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.