Below header

କାଲି ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ଧର୍ମ ପୀଠକୁ ଆୟୁଧ କରିଛନ୍ତି ରାଜନେତା

ନୂଆଦିଲ୍ଲୀ : ବିକାଶ ବିକାଶ କହି ସବୁବେଳେ ଜସାଧରଣଙ୍କୁ ଭୁତାଉ ଥିବା ସବୁ ରାଜନୈତିକ ଦଳ ନିର୍ବାଚନ ବେଳେ ସେମାନେ ଧର୍ମର ହିଁ ସାହାରା ନେଇଥାନ୍ତି | ଏହାର ଜ୍ୱଳନ୍ତ ଉଦାହରଣ ଛତିଶଗଡ଼ ନିର୍ବାଚନରେ ଦେଖିବାକୁ ମିଳିଛି । |ଛତିଶଗଡ଼ ଆସନ୍ତାକାଲି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଉଭୟ କଂଗ୍ରେସ ଓ ବିଜେପି ପାଇଁ ଧର୍ମପୀଠ ଶେଷ ଭରସା ହୋଇଛି ।| ନିର୍ବାଚନ ବୈତରଣୀ ପାର ହେବାକୁ ଧର୍ମ ପୀଠ କୁ ଆୟୁଧ କରିଛନ୍ତି |

ମୋଟ ୯୦ଟି ଆସନ ବିଶିଷ୍ଟବିଧାନସଭା ବିଶିଷ୍ଟ ଛତିଶଗଡ଼ରେ ପାଖାପାଖି ୪୮ଟି ସିଟ୍‌ରେ ବିଭିନ୍ନ ଧର୍ମ ପୀଠ ର ପ୍ରଭାବ ରହିଛି | ଏଥିପାଇଁ ପ୍ରତ୍ୟେକ ରାଜନୈତକ ଦଳ ଧର୍ମର ଦ୍ୱାହି ଦେହି ଭୋଟ୍‌ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି | ବିଗତ ପାଞ୍ଚ ମାସ ଧରି ଛତିଶଗଡ଼ରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ,ଭାଜପା ଅଧକ୍ଷ ଅମିତ ଶାହା, କଂଗ୍ରେସର ଆଞ୍ଚଳିକ ପ୍ରଭାରୀମାନେ ସେଠାକାର ମନ୍ଦିର, ପବିତ୍ର ପୀଠ, ଧର୍ମ ପୀଠ ଗୁଡିକରେ ଶରଣ ପଶିବା ଦେଖିବାକୁ ମିଳିଛି | ଏବେ ଦେଖିବା କେଉଁ ଅଞ୍ଚଳରେ କେତେ ଧର୍ମ ପୀଠ ପ୍ରଭାବ ରହିଛି ।

ଗିରୋଦପୁରୀର ଗୁରୁ ଘାଷିଦାଶ ଧାମରେ ୨୬ଟି ଆସନ ଉପରେ ପ୍ରଭାବ ପଡିବ । କବୀର ପନ୍ଥର ଦାମଖେଡା ଧାମରେ ୧୧ ସିଟ ଧର୍ମକୁ ନେଇ ସମ୍ବେଦନଶୀଳ । ଡୋଙ୍ଗରା ଗଡ଼ର ଵାମଲେଶ୍ଵରୀ ମନ୍ଦିର ୭ଟି ବିଧାନସଭା ଆସନକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି । ସେହିପରି ସିଦ୍ଧି ସମାଜର ସାଦାଣି ଦରବାର ୪ଟି ସିଟ ଉପରେ ପ୍ରଭାବ ପକାଇବା । ଭୋରମଦେବ ଧାମର ୨ଟି ସିଟ୍‌ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

ରାୟପୁର: ଆସନ୍ତାକାଲି ଛତିଶଗଡ଼ର ୧୯ଟି ଜିଲ୍ଲାରେ ଥିବା ୭୨ଟି ଆସନରେ ହେବ ଭୋଟ୍‌ ଗ୍ରହଣ । ଗତ ୧୨ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମାଓ ହିଂସା ଭିତରେ ମଧ୍ୟ ୭୦ ପ୍ରତିଶତ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ସେହିଭଳି ସ୍ଥିତି ରହିବ ବୋଲି ଆଶା କରାଯାଉଛି । ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮ଟି ଆସନ ବିଶେଷ ଭାବେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଥିଲା ।

CHATISGAD-2

ତେବେ ଏଥର ମଧ୍ୟ ମାଓ ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ବଢ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ।

ଗତ ନିର୍ବାଚନରେ ଏହି ୭୨ଟି ଆସନ ଭିତରୁ ବିଜେପି ୪୩ ଓ କଂଗ୍ରେସ ୨୭ଟି ସିଟ୍‌ରେ ଜିତିଥିଲେ । ଡସେମ୍ବର ୧୧ ତାରିଖରେ ଭୋଟ୍‌ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.