ଢିଲା ସୁରକ୍ଷା ବ୍ଯବସ୍ଥା, ଗୋଟିଏ ଦିନରେ ଶ୍ରୀମନ୍ଦିର, ଲିଙ୍ଗରାଜ ଏବଂ ସାକ୍ଷୀଗୋପାଳ ଗର୍ଭଗୃହ ଫଟୋ ଭାଇରାଲ୍

ପୁଣି ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭିତର ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋକୁ ତେଜସ ସେଲର ଓ ରାଜେଶ ରାଜା ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ମୋବାଇଲ ଫୋନ ନେବା ମନା । ତେବେ ଶ୍ରଦ୍ଧାଳୁମାନେ କିପରି ମନ୍ଦିର ଭିତରକୁ ମୋବାଇଲ ଫୋନ ନେଇ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

temple photoସେହିପରି ଭାଇରାଲ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗର୍ଭଗୃହ ଫଟୋ । ରତ୍ନ ସିଂହାସନ ଓ ବିଗ୍ରହଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ବାସୁଦେବ ସ୍ୱାଇଁ ନାମକ ଜଣେ ଯୁବକ ଫେସବୁକରେ ଏସବୁ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.