Below header

ଆଣ୍ଟି ବିଜେପି ବ୍ଲକ ଗଠନ ପଥରେ ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ : ୨୦୧୯ ନିର୍ବାଚନ ପୂର୍ବରୁ ଆଣ୍ଟି ବିଜେପି ବ୍ଲକ ଗଠନ ପାଇଁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଆଜି ହାୱାଡାରେ ମମତା ବାନାର୍ଜୀଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ। ନଭେମ୍ବର ୨୨ ବୈଠକ ଉପରେ ହେଲା ଆଲୋଚନା। ନଭେମ୍ବର ୨୨ରେ, ଅଣ ବିଜେପି ଦଳଙ୍କୁ ନେଇ ଏ

ଦେଶର ସ୍ୱାର୍ଥ ରକ୍ଷା ଲାଗି ଆଣ୍ଟି ବିଜେପି ପ୍ଲାଟଫର୍ମ ଗଠନ ପାଇଁ ଉଦ୍ୟମ ହେଉଛି। ଏଜେଣ୍ଡା ରହିଛି ଦେଶ ବଂଚାଅ, ଗଣତନ୍ତ୍ର ବଂଚାଅ। ଏବେ ଅଣ ବିଜେପି ଦଳଙ୍କ ସହ ଆଲୋଚନା କରାଯାଉଛି। ସେମାନେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଏହି ଅଭିଯାନରେ କଂଗ୍ରେସର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି।

ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲା, ସମାଜବାଦୀ ପାର୍ଟି ନେତା ମୁଲୟାମ ସିଂହ ଯାଦବ, ଆପ୍‌ ନେତା ଅରବିନ୍ଦ କେଜିରୱାଲ, ଲୋକ ତାନ୍ତ୍ରିକ ଜନତାଦଲ ନେତା ଶରଦ ଯାଦବ ପ୍ରମୁଖଙ୍କୁ ଭେଟି ୨୦୧୯ରେ ଏକ ମହାମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.