Below header

ଆନନ୍ଦପୁର ପଇତାପାଣି ଗାଁରେ ମଜୁରୀ ଟଙ୍କା ମାଗିବାକୁ କେନ୍ଦ୍ର କରି ସଂଘର୍ଷ: ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଥାନା ପଇତାପାଣି ଗାଁରେ ଜଣେ ଦିନ ମଜୁରୀଆ ନିଜ ମଜୁରୀ ଟଙ୍କା ମାଗିବାରୁ ସେହି ଗାଁର ଲେବର କଣ୍ଟ୍ରାକଟର ପ୍ରତାପ ନାୟକ ନିଜ ସହଯୋଗୀଙ୍କ ସହ ମିଳିତ ହୋଇ ଯୋଜନା ବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଗୁରୁତର ଦିନ ମଜୁରୀଆ ବିଭିଷଣ ହୋଙ୍କୁ ପରିବାର ଲୋକଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ କିଛି ସମୟ ପରେ ଅଭିଯୋଗ ହେଉଥିବା ପ୍ରତାପ ନାୟକଙ୍କ ମୃତଦେହ ଘର ଲୋକଙ୍କ ସହାୟତାରେ ଆନନ୍ଦପୁର ମେଡିକାଲରେ ପହଞ୍ଚିଥିଲା । ତେଣୁ ଘଟଣାର ମୋଡ଼ ଭିନ୍ନ ଆଡକୁ ଯାଉଥିବା ବେଳେ ପ୍ରତାପ ଓ ବିଭୀଷଣ ମଧ୍ୟରେ ସଂଘର୍ଷ ଲାଗିଥିବା ସନ୍ଦେହ କରାଯାଉଛି । ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.