ଇଣ୍ଡିଆନ ଅଏଲରେ ଖାଲିପଡିଛି ୪୮୨ ପଦବୀ, +୨ ପାସ୍ ମଧ୍ୟ କରିପାରିବେ ଆବେଦନ

ଆପଣ ଚାକିରି ଖୋଜୁଛନ୍ତି କି ? ତେବେ ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଡେଟ୍(IOCL) ରେ ଖାଲିପଡିଛି ୪୮୨ ପଦବୀ। ଏହା ଅଧିନରେ ମେକାନିକାଲ, ଇେଲେକ୍ଟ୍ରିକାଲ, ଟେଲି କମ୍ୟୁନିକେସନ ଏବଂ ଇନଷ୍ଟ୍ରୁମେଣ୍ଟେସନ, HR, ଆକାଉଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ପଦବୀ ଖାଲି ପଡିଛି। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ iocl.comକୁ ଯାଇ ୨୨ ନଭେମ୍ବର ପର୍ଯନ୍ତ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଟେକ୍ନିସିଆନ ମେକାନିକାଲ: ୧୪୫

ଟେକ୍ନିସିଆନ ଇଲେକ୍ଟ୍ରିକାଲ: ୧୩୬

ଟେଲିକମ୍ୟୁନିକେସନ ଏବଂ ଇଷ୍ଟ୍ରୁମେଣ୍ଟେସନ: ୧୨୧

ଏଚଆର: ୩୦

ଆକାଉଣ୍ଟାଣ୍ଟ: ୨୬

ଡାଟା ଏଣ୍ଟ୍ରି ଅପରେଟର: ୧୩

ଡେମୋକ୍ରାଟିକ ଡାଟା ଏଣ୍ଟ୍ରି ଅପରେଟର: ୧୧

IOCL2

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ଡାଟା ଏଣ୍ଟ୍ରି ପାଇଁ ୧୨ଶ ପାସ୍ କରିଥିବା ବ୍ୟକ୍ତି ଆବେଦନ କରିପାରିବେ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ପ୍ରାରିମ୍ଭକ ତାରିଖ ୪ ନଭେମ୍ବର ରହିଥିବା ବେଳେ ଶେଷ ତାରିଖ ୨୨ ନଭେମ୍ବର ୨୦୨୦ ରହିଛି।

ଟ୍ରେନିଂ ସମୟ:  ଇଲ୍ଟ୍ରେିକାଲ/ମେକାନିକାଲ/ଟେଲିକମ୍ୟୁନିକେସନ ପାଇଁ ୧ ବର୍ଷ ଟ୍ରେନିଂ ସମୟ ରହିଥିବା ବେଳେ ଆସିଷ୍ଟାଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ପାଇଁ ୧୫ ମାସ ଟ୍ରେନିଂ ସମୟ ରହିଛି।

ଚୟନ ପ୍ରକ୍ରିୟା : ଏହି ପଦବୀରେ ଚୟନ ପ୍ରକ୍ରିୟା ପରୀକ୍ଷା ଆଧାରରେ କରାଯିବ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଦେଖିପାରିବେ।

https://iocl.com/PeopleCareers/PDF/Engagement_of_Apprentices_in_Pipelines_Division_30_10_2020.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.