ନିଜ ଶରୀରରେ ଦୁଇଟି ଖାସ୍ ଟାଟୁ କରିଛନ୍ତି ଏହି ଖେଳାଳି, ଆଇପିଏଲରେ ଦେଖାଉଛନ୍ତି ଅଦ୍ଭୁତ କାରନାମା

ଆଇପିଏଲ୍ ୨୦୨୦ରେ ସୂର୍ଯ୍ୟକୁମାର ଯାଦବ ରନ ବର୍ଷା କରୁଛନ୍ତି। ସୂର୍ଯ୍ୟକୁମାର ନିଜ ଦମରେ ମୁମ୍ବାଇ ଇଣ୍ଡିଆନ୍ସକୁ ବାଙ୍ଗାଲୋର ବିପକ୍ଷରେ ଜିତ ଦେଇଥିଲେ। ସୂଚନାଯୋଗ, ସୂର୍ଯକୁମାର ଏବି ଡିଭିଲିୟର୍ସଙ୍କ ଭଳି ଅଜୀବ ସର୍ଟସ ଖେଳିବାର ସଉକ ରଖନ୍ତି। କେବଳ ଏତିକି ନୁହେଁ, କେବଳ କ୍ରିକେଟ ନୁହେଁ ସୂର୍ଯ୍ୟକୁମାରଙ୍କୁ ଟାଟୁ କରିବାର ସଉକ ମଧ୍ୟ ରହିଛି।

ଏହି ଖେଳାଳି ଜଣକ ଶରୀରରେ ବହୁତ ଟାଟୁ କରିଛନ୍ତି। କିନ୍ତୁ ନିଜ ଦୁଇ ହାତରେ କରିଥିବା ଟାଟୁ ବହୁତ ଖାସ୍। ଯାଦବ ଡାହାଣ କାନ୍ଧରେ ନିଜ ବାପା ମା’ଙ୍କ ଫଟୋ ଟାଟୁ କରିଛନ୍ତି। ହାତରେ ବାପା ଅଶୋକ କୁମାର ଯାଦବ ଏବଂ ମାତା ସ୍ବପ୍ନା ଯାଦବଙ୍କ ନାମ ମଧ୍ୟ ଲେଖିଛନ୍ତି। ଏହାଛଡା ମାଓରୀ ଜନଜାତୀୟ ଟାଟୁ ମଧ୍ୟ ନିଜ ଶରୀରରେ କରିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ବାମ ହାତ, ବାମ ଗୋଡ ଏବଂ ଛାତିର ବାମ ପଟରେ ମଧ୍ୟ ଟାଟୁ ରହିଛି।

tatoo

ସୂଚନା ଯୋଗ୍ୟ, ଆଇପିଏଲ୍ ୨୦୨୦ରେ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦଶର୍ନ କରିଛନ୍ତି। ୧୧ଟି ମାଚରେ ସେ ୪୦ ପ୍ରତିଶତରୁ ଅଧିକ ରନ କରିଛନ୍ତି ଏପର୍ଯନ୍ତ ୩୬୨ ରନ୍ କରିଛନ୍ତି। ଏହାମଧ୍ୟରେ ୩ଟି ଅର୍ଦ୍ଧଶତକ ରହିଛି। ଯାହାର ଷ୍ଟ୍ରାଇକ ରେଟ ୧୫୫ରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.