କରୋନା ପରେ ଏବେ ଚୀନ୍‌ରେ ବିଭୀଷିକା ରଚିଛି ବନ୍ୟା, ସବୁଆଡ଼େ ଭାସୁଛି କୁଢ଼ କୁଢ଼ ଶବ; ଦେଖନ୍ତୁ ଫଟୋ

ସାରା ବିଶ୍ୱକୁ କରୋନା ଭାଇରସ୍‌ ସଂକ୍ରମିତ କରିଥିବା ଚୀନ୍‌ରେ ଏବେ ବନ୍ୟା ବିଭୀଷିକା ଦେଖିବାକୁ ମଳିଛି। ଚୀନ୍‌ରେ ଭୟଙ୍କର ବନ୍ୟା ଆସିଛି। ପ୍ରବଳ ବର୍ଷା ଯୋଗୁ ଚୀନ୍‌ର ଅଧିକାଂଶ ସହର ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟ ସବୁଆଡ଼େ ଛାତିଏ ଉଚ୍ଚା ପାଣି ଜମା ହୋଇଥିବାରୁ ଲୋକମାନେ ଏବେ ଗାଡ଼ି ମଟର ଛାଡ଼ି ଡଙ୍ଗାରେ ଯାତାୟାତ କରୁଥିବା ଦେଖାଯାଇଛି। ବୁହାନ୍‌ ଓ ହୁଓ୍ଵାଇ ଆଦି ସହରରେ ସବୁଆଡ଼େ ଖାଲି ପାଣି ପାଣି ଆଉ ପାଣି ଦେଖିବାକୁ ମିଳିଛି।

ଚୀନ୍‌ର ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷା ଯୋଗୁ ଦେଶର ବଡ଼ ବଡ଼ ଡ୍ୟାମ୍‌ ଓ ନଦୀର ବନ୍ଧ ଭାଙ୍ଗିଯାଇଛି। ଫଳରେ ପାଣି ସହରକୁ ମାଡ଼ି ଆସିଛି। ୩୩ଟି ନଦୀର ଜଳ ସ୍ତର ବିପଦ ସଙ୍କେତ ଟପିଥିବା ଚଳିତ ସପ୍ତାହରେ ଚୀନ୍‌ର ଅଧିକାରୀମାନେ କହିଥିଲେ।

ବନ୍ୟା ଯୋଗୁ ଏବେ ଯାଏଁ ଚୀନ୍‌ରେ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିପରି ଲକ୍ଷାଧିକ ଲୋକ ଜଳବନ୍ଦୀ ଅଛନ୍ତି। ଏବେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଟିମ୍‌ ଲାଗିପଡ଼ିଛନ୍ତି।

ଦେଖନ୍ତୁ ବନ୍ୟାଞ୍ଚଳର ଦୃଶ୍ୟ:

china floods

CHINA2

CHINA3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.