Below header

ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ କ୍ଲାସରୁମ ପାଠପଢ଼ା

ଭୁବନେଶ୍ୱର( କେ ନ୍ୟୁଜ): ଆସନ୍ତା ନଭେମ୍ବର ୧୫ ତାରିଖ ଅର୍ଥାତ ସୋମବାର ଠାରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । ଏନେଇ ସୂଚନା ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ପାଳନ କରି ଶ୍ରୀ ଦାଶ କହିଛନ୍ତି । ଏହା ପୂର୍ବରୁ ସ୍ତର ସ୍ତର କରି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲା ଯାଇଥିବା ବେଳେ ପାଠପଢ଼ା ଜାରି ରହିଛି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ସୂଚନା ଦିଆଯାଇଥିଲା ।

ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ଏବେ ଅଫିସିଆଲି ଭାବେ ଘୋଷଣା କରାଯାଇଛି । ତେବେ ଖୁବ୍ ଶୀଘ୍ର ପିଲାମାନଙ୍କ ସ୍କୁଲ ଯିବା ଆସିବା ସମୟ ଘୋଷଣା କରାଯିବ। ଏନେଇ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଯେମିତି ପିଲାମାନେ ସୁରକ୍ଷିତ ଭାବରେ ପାଠପଢି ଫେରିବେ ସେନେଇ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏ ଯେଉଁ ଏସଓପି ରହିଛି, ତାହା ବାକି କ୍ଲାସ୍ ପାଇଁ ବି ସମାନ ଭାବେ ଲାଗୁ ହେବ । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନାହିଁ।

କହିରଖିବା ଉଚିତ ହେବକି କୋଭିଡ୍‌ ମହାମାରୀ ବାହାରିବା ପରଠାରୁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ରହି ଅନଲାଇନ କ୍ଲାସ କରୁଥିଲେ । ଏପରିକି ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ଯାଇଥିଲା। ତେବେ ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ହୋଇଥିବା ବେଳେ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଏ‍ବଂ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.