Below header

ଜେଇଇ ମେନ୍‌ ଓ ଏନ୍‌ଇଇଟି ପରୀକ୍ଷା ଘୁଞ୍ଚାଇବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେ ନ୍ୟୁଜ): ଜେଇଇ ମେନ୍‌ ଓ ଏନ୍‌ଇଇଟି ପରୀକ୍ଷା ଘୁଞ୍ଚାଇବା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଯୋଗୁ ବର୍ତ୍ତମାନ ପରୀକ୍ଷା କରିବା ସମ୍ଭବ ନୁହଁ । ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହଁ ବୋଲି ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ସ୍ଥାନରେ ବାରମ୍ବାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେବ । ଓଡ଼ିଶାରେ ବହୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଛି । ଆଦିବାସୀ ଅଞ୍ଚଳର ପିଲାଙ୍କ ପାଇଁ ଯାତାୟାତରେ ସମସ୍ୟା ହେବ । ଏହି କାରଣରୁ ମଧ୍ୟ ଦୁର୍ଗମ ଅଞ୍ଚଳରୁ ଯାଇ ପରୀକ୍ଷା ଦେବାରେ ଅସୁବିଧା ହେବ । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୩୦ ଜିଲ୍ଲାରେ ସେଣ୍ଟର କରାଗଲେ ଛାତ୍ରଛାତ୍ରୀମାନେ ୨ରୁ ୩ ଘଣ୍ଟା ମଧ୍ୟରେ ଯାଇ ଫେରିପାରିବେ । ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ସେପ୍ଟେମ୍ବର ୧୩ ତାରିଖରେ ଏନଇଇଟି ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଛି । ଓଡ଼ିଶାରୁ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏନଇଇଟି ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି । ଯେବେକି ପାଖାପାଖି ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେବେ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.