ଦିବ୍ୟାଙ୍ଗ ମହିଳାଙ୍କ ଅସାଧାରଣ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲୋକେ, ଦେଖନ୍ତୁ ଭିଡିଓ

ଯେତେବେଳେ ମନରେ ସାହସ ଏବଂ ଆତ୍ମବିଶ୍ୱାସ ଆସେ ସେତେବେଳେ ଆପଣ ଯେକୌଣସି ଅସୁବିଧାକୁ ବି ପାର କରିଯାଆନ୍ତି । କୌଣସି ପ୍ରକରର ଶାରୀରିକ ଅକ୍ଷମତା ଆତ୍ମବିଶ୍ଵାସଠାରୁ ବଡ଼ ହୋଇପାରେ ନାହିଁ । ଏ କଥା କେବଳ ଆମେ କହୁନାହୁଁ ବରଂ ଜଣେ ମହିଳା ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ମହିଳାଜଣକ ସମାଜକୁ ଏକ ଶିକ୍ଷା ମଧ୍ୟ ଦେଇଛନ୍ତି ଯେ ଯଦି ଆପଣ ମନରେ ସ୍ଥିର କରିସାରିଛନ୍ତି ତାହେଲେ ଯେକୌଣସି କଷ୍ଟକୁ ବି ସହଜ କରାଯାଇପାରିବ ।

ଆଇପିଏସ୍ ଅଧିକାରୀ ପଙ୍କଜ ନଇନ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଯେତିକି ପ୍ରେରଣାଦାୟକ ତାଠାରୁ ଅଧିକ ଚକିତ କରିଛି । ଭିଡିଓରେ ଜଣେ ଭିନ୍ନକ୍ଷମ ମହିଳା ହାଣ୍ଡିରେ ପାଣି ନେଇ ଯାଉଥିବା ନଜର ଆସିଛନ୍ତି । ଭିଡିଓ ଆରମ୍ଭରେ ଯେତେବେଳେ ହାଣ୍ଡିରେ ପାଣି ଭରାଯାଉଛି ସେତେବେଳେ ତ ଏହା ସାଧାରଣ ଦେଖାଯାଉଛି କିନ୍ତୁ ମହିଳାଜଣକ ସେହି ପାଣିକୁ ନେଇ ଜେତେବେଳେ ଆଗକୁ ବାଢୁଛନ୍ତି ସେତେବେଳେ ତାହା ଅସାଧାରଣ ଲାଗୁଛି । ଏମିତି ଦୃଶ୍ୟ ଯାହାକୁ ଦେଖିବା ପରେ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢି ଯାଇପାରେ । ତେବେ ଏହି ଭିଡିଓକୁ ସେୟାର କରିବା ସହ ପଙ୍କଜ କ୍ୟାପସନରେ ଲେଖିଛନ୍ତି, ‘ଯେଉଁମାନେ ଭାବନ୍ତି ଜୀବନ ସେମାନଙ୍କ ପାଇଁ କଷ୍ଟସାଧ୍ୟ’ ।


ଯଦିଓ ଏହି ଭିଡିଓ କେଉଁଠୁ ଆସିଛି ଏବଂ କିଏ ଏହାର ଶୁଟ କରିଛି ତାର କୌଣସି ସୂଚନା ଆମ ପାଖରେ ନାହିଁ । ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ବିଷୟରେ ମଧ୍ୟ କୌଣସି ସୂଚନା ମିଳିନାହିଁ କିନ୍ତୁ ତାଙ୍କର ଉତ୍ସାହ ପ୍ରେରଣାଦାୟକ ଅଟେ । ମହିଳାଙ୍କଠାରୁ ଏହା ଶିଖିବାକୁ ମିଳିବ ଯେ ଜୀବନରେ ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାକୁ ପରାସ୍ତ କରି ମଣିଷ ଆଗକୁ ବଢ଼ିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.