Below header

ଟୋକିଓରେ ଓଡ଼ିଶା ବିଜନେସ୍‌ ମିଟ୍‌, ବିଜନେସ୍‌ ମିଟ୍‌କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ନେଇ ଅବଗତ କରାଇଛନ୍ତି ନବୀନ । ଓଡ଼ିଶାରେ ନିବେଶ କରିବାକୁ ଜାପାନ ନିବେଶକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଜନେସ୍‌ ମିଟରେ ଯୋଗ ଦେଇଥିଲେ ଜାପାନର ୨୦୦ ଶିଳ୍ପପତିଙ୍କ ସହ ଇଣ୍ଡୋ ପାସିଫିକ୍‌ ଅଂଚଳର ଅନେକ ବ୍ୟବସାୟୀ ଓ ନିବେଶକାରୀ ।

କେନ୍ୟୁଜ୍(ବ୍ୟୁରୋ): ଜାପାନରେ ଓଡ଼ିଶା ବିଜନେସ୍‌ ମିଟ୍‌କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ନେଇ ଅବଗତ କରାଇଛନ୍ତି ନବୀନ । ଓଡ଼ିଶାରେ ନିବେଶ କରିବାକୁ ଜାପାନ ନିବେଶକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଜନେସ୍‌ ମିଟରେ ଯୋଗ ଦେଇଥିଲେ ଜାପାନର ୨୦୦ ଶିଳ୍ପପତିଙ୍କ ସହ ଇଣ୍ଡୋ ପାସିଫିକ୍‌ ଅଂଚଳର ଅନେକ ବ୍ୟବସାୟୀ ଓ ନିବେଶକାରୀ ।

ଉପସ୍ଥିତ ଥିଲେ ପର୍ଯ୍ୟଟନ, ଷ୍ଟିଲ୍‌, ଆଲୁମିନିୟମ୍‌, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ କାମ କରୁଥିବା ବଡ଼ ପୁଞ୍ଜି ନିବେଶକାରୀ । ରାଜ୍ୟରେ ଇସ୍ପାତ, ଫୁଡ୍‌ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍‌ସ, ଟେକ୍ସଟାଇଲ୍‌, କେମିକାଲ୍‌ସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଥିବା ଅପାର ନିବେଶ ସମ୍ଭାବନା ବିଷୟରେ ଜାପାନର ନିବେଶକାରୀ, ଶିଳ୍ପପତିଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର ।

କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ପ୍ରଦୀପ ଜେନା, ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ୍‌ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଯୋଗ ଦେଇଥିଲେ । ୬ ତାରିଖରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲର କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାବାଦୀ ଏହି ଗସ୍ତ ଯୋଗୁଁ ଜାପାନ ଓ ଓଡ଼ିଶା ସମ୍ପର୍କ ସୁଦୃଢ଼ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.