ରେଲୱେର କୋଟିକୋଟି ଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଟ୍ରେନରେ ମାଗଣାରେ ମିଳିବ ଖାଦ୍ୟ ଏବଂ କୋଲ୍ଡ ଡ୍ରିଙ୍କ୍‌

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆଇଆରସିଟିସି ପକ୍ଷରୁ ମାଗଣାରେ ଖାଦ୍ୟ ସହିତ କୋଲଡ ଡ୍ରିଙ୍କ ଏବଂ ପାଣି ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି ।

ଯଦି ଆପଣ ଟ୍ରେନରେ ଯାତ୍ରା କରୁଥାନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଏହାକୁ ଶୁଣିଲେ ଆପଣ ଏକଦମ୍‌ ଖୁସି ହୋଇଯିବେ। ଆଉ ଆପଣଙ୍କୁ ମଧ୍ୟ ଟ୍ରେନରେ ଯାତ୍ରା କରିବା ସମୟରେ ମାଗଣାରେ ମିଳିପାରିବ । ଆଜ୍ଞା ହଁ , ନୂଆ ନିୟମ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ସମୟରେ ଆପଣଙ୍କୁ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବନାହିଁ । ରେଲୱେ ପକ୍ଷରୁ ଯାତ୍ରୀଙ୍କ ସୁବିଧା ଅନେକ ସର୍ଭିସ ଦିଆଯାଇଥାଏ । କିନ୍ତୁ ଏଥର ଆମେ ଆପଣଙ୍କୁ ଏମିତି ସୁବିଧା ବିଷୟରେ କହିବାକୁ ଯାଉଛୁ ଯାହାର ଫାଇଦା ଆପଣ ସବୁବେଳେ ଉଠାଇପାରନ୍ତିନାହିଁ । ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ଡିଟେଲରେ ।

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆଇଆରସିଟିସି ପକ୍ଷରୁ ମାଗଣାରେ ଖାଦ୍ୟ ସହିତ କୋଲଡ ଡ୍ରିଙ୍କ ଏବଂ ପାଣି ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । କିନ୍ତୁ ଏହା ସେତେବେଳେ ହେବ ଯେତେବେଳେ ଆପଣ ଯେଉଁ ଟ୍ରେନରେ ଯାତ୍ରା କରୁଥିବେ ସେହି ଟ୍ରେନ୍‌ ବିଳମ୍ବରେ ଚାଲୁଥିବ । ଟ୍ରେନ୍‌ ଲେଟ ଥିଲେ ଆଇଆରସିଟିସି ପକ୍ଷରୁ ଆପଣଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ । ଆପଣ ରେଲୱେର ଏହି ସୁବିଧା ଲାଭ ଅତି ସହଜରେ ଉଠାଇପାରିବେ । ଇଣ୍ଡିଆନ୍‌ ରେଲୱେର ନିୟମ ଅନୁସାରେ ଟ୍ରେନ୍‌ ବିଳମ୍ବ ହେଲେ ଆଇଆରସିଟିସିର କ୍ୟାଟୋଗରୀ ପଲିସି ଅନୁଯାୟୀ ଯାତ୍ରୀଙ୍କୁ ଟିଫିନ୍‌ ଏବଂ ଭୋଜନ ଦିଆଯାଇଥାଏ ।

ଜାଣନ୍ତୁ କେବେ ଉଠାଇପାରିବେ ଆପଣ ଏହାର ଲାଭ?

ଆଇଆରସିଟିସି ନିୟମ ଅନୁସାରେ ଯାତ୍ରୀଙ୍କୁ ମାଗଣାରେ ମିଲ ସୁବିଧା ଦିଆଯାଇଥାଏ । ଏହି ସୁବିଧା ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ ଟ୍ରେନ ୨ ଘଣ୍ଟା କିମ୍ବା ତାହାଠାରୁ ଅଧିକ ବିଳମ୍ବରେ ଥିବ । ଏହି ସୁବିଧାର ଫାଇଦା ଏକ୍ସପ୍ରେସ ଟ୍ରେନର ଯାତ୍ରୀ ହିଁ ଉଠାଇପାରନ୍ତି । ଏହି ଖବର ଶତାବ୍ଦୀ, ରାଜଧାନୀ ଏବଂ ଦୂୂରନ୍ତୋ ଭଳି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବହୁତ ବଢ଼ିଆ ପ୍ରମାଣିତ ହୋଇପାରେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରେନରେ ଦିଆଯାଉଥିବା ଟିଫିନରେ ଚା-କଫି ଏବଂ ବିସ୍କୁଟ ମିଳିଥାଏ । ସନ୍ଧ୍ୟାରେ ଚା ଏବଂ କଫି କିମ୍ବା ୪ଟି ବ୍ରେଡ ସ୍ଲାଇସ, ତାସହିତ ଏକ ବଟର ଚିପଲେଟ ଦିଆଯାଇଥାଏ । ଏହାବ୍ୟତୀତ ଦ୍ୱିପହରରେ ଯାତ୍ରୀଙ୍କୁ ରୁଟି, ଡାଲି ଏବଂ ପରିବା ଆଦି ମାଗଣାରେ ମିଳିଥାଏ । ଯଦି ଆପଣଙ୍କ ଟ୍ରେନ ୨ ଘଣ୍ଟା କିମ୍ବା ଏହାଠାରୁ ଅଧିକ ବିଳମ୍ବରେ ଚାଲୁଥାଏ ତାହେଲେ ଆପଣ ନିୟମାନୁସାରେ ଖାଦ୍ୟ ମଗାଇ ଖାଇପାରିବେ ।