Below header

SCB ମେଡିକାଲ କଲେଜର ନୂଆ ୱେବସାଇଟ୍ ଉନ୍ମୋଚିତ, ମେଡିକାଲର ଡାକ୍ତର ଓ ବିଭିନ୍ନ ବିଭାଗ କର୍ତ୍ତୃପକ୍ଷଙ୍କ ତଥ୍ୟ ରହିବ

କେନ୍ୟୁଜ୍(ବ୍ୟୁରୋ):  କଟକ ଏସ୍‌ସିବି ମେଡିକାଲ କଲେଜର ନୂଆ ୱେବ୍‌ସାଇଟ୍‌‌କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ‘ଏସ୍‌ସିବିଆନ୍‌ସ’ ଆଲୁମିନି ଆସୋସିଏସନ୍‌ର ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହି ୱେବ୍‌ସାଇଟ୍‌ରେ ମେଡିକାଲର ସମସ୍ତ ଡାକ୍ତର, ବିଭିନ୍ନ ବିଭାଗ କର୍ତ୍ତୃପକ୍ଷଙ୍କ ତଥ୍ୟ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।

cm naveen

ଫାଇଭ୍‌ ଟି ଇନିସିଏଟିଭ୍‌ ଅଧୀନରେ ଏଥିପାଇଁ କାମ ଆରମ୍ଭ ହୋଇଛି । ପୁରାତନ ଛାତ୍ରଛାତ୍ରୀ ଏସିବିର ପରିଚିତିକୁ ଗୌରବାନ୍ଵିତ କରିଛନ୍ତି । ଏସସିବିର ୭୬ ବର୍ଷ ଇତିହାସରେ ଅନେକ ପ୍ରତିଭାବାନ ଡାକ୍ତର ସୃଷ୍ଟି କରିଛି । ସେହିପିର ପ୍ରତିଦିନ ୨୦ ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଆଜି ଉଦଘାଟିତ ଦୁଇଟି ୱେବ୍‌ସାଇଟ୍‌‌ ଏସସିବିର ଭାବମୂର୍ତ୍ତି ଓ ସେବା ପ୍ରଦାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.