Below header

ପ୍ରେତାତ୍ମା ବିକ୍ରି ହେଉଛି ୭୨୦୦ ଟଙ୍କାରେ, ବିକ୍ରି ହେଉଛି ପ୍ରେତାତ୍ମା ଦାମ୍‌ ୭୨୦୦ ଟଙ୍କା, ସନ୍ତୁଷ୍ଟ କଲେ ହୋଇଯିବେ ରାତାରାତି ଧନୀ

ଝାଡ଼ଖଣ୍ଡର ଜାମତାଡ଼ା । ସାଇବର ଠକେଇରେ ଦେଶରେ ଏକ ନମ୍ବର । ଏହାକୁ ନେଇ ନେଟ୍‌ଫ୍ଲିକ୍ସ ଏକ ସିରିଜ୍‌ ବି ବନାଇ ସାରିଛି । ତେଣୁ ଜାମତାଡ଼ା କହିଲେ ସମସ୍ତେ ବୁଝିଯିବେ । ଏହି ଅଞ୍ଚଳରୁ ବହୁ ପରିମାଣରେ ସାଇବର ଠକଙ୍କୁ ଧରିଛି ପୋଲିସ୍‌ । ଅନେକ ମୋବାଇଲ୍‌ ଓ ସିମ୍‌ ଜବତ କରିଛି । ତେବେ ଏହି ଠକମାନେ ତୁରନ୍ତ ତାଙ୍କ ଠକେଇ କୌଶଳ ବଦଳାଇ ଦେଇଛନ୍ତି । ଏବେ ବିକୁଛନ୍ତି ‘ଜିନ୍‌’ । ଅର୍ଥାତ ପ୍ରେତାତ୍ମା ।

ଏହି ଠକମାନେ ଲୋକଙ୍କୁ କହୁଛନ୍ତି ଯଦି ତୁମେ ପ୍ରେତାତ୍ମାକୁ ଖୁସ୍‌ କରି ପାରିବ ତେବେ ସେ ତୁମକୁ ଧନବାନ୍‌ କରିଦେବ । ଆଉ ଏହି ଜିନ୍‌ର ମୂଲ୍ୟ ହେଉଛି ୭ ହଜାର ୨୦୦ ଟଙ୍କା । ଜିନ୍‌ର ନାଁ ହେଉଛି ‘ସିଲଫାନ୍‌’ । ଏହି ଠକ ଲୋକଙ୍କୁ ବୁଝାଉଛନ୍ତି ଯେ ସିଲଫାନ୍‌ ଜିନ୍‌କୁ ଦୁନିଆକୁ ଆଣିବା ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼େ । ଏହି ରେଜିଷ୍ଟ୍ରେସନ୍‌ ବାବଦରେ ଆମେ ୭ ହଜାର ୨୦୦ ଟଙ୍କା ନେଉଛୁ । ଏଥିରେ ବିଶ୍ୱାସ କରୁଥିବା ବ୍ୟକ୍ତିକୁ ଏକ ଭିଡିଓରେ ସୁନା ଓ ଟଙ୍କା ଥିବା ବ୍ୟାଗ୍‌ ଦେଖାଇଥାନ୍ତି । ଯଦି ଜିନ୍‌କୁ ସନ୍ତୁଷ୍ଟ କରି ପାରିବ ତେବେ ଏସବୁ ତୁମର ହେବ ବୋଲି କହିଥାନ୍ତି ।
ଏହି ଠକମାନେ ଲୋକ ଦେଖି ଭିନ୍ନ ଭିନ୍ନ କୌଶଳ ମଧ୍ୟ କରିଥାନ୍ତି । କୁହନ୍ତି ଜିନ୍‌ ପାଖକୁ ଯିବା ପାଇଁ ତନ୍ତ୍ରମନ୍ତ୍ର କରିବାକୁ ହେବ ଓ ଏଥିରେ ପଇସା ଲାଗିବ । ଏମିତି କହି ଶିକାରକୁ ଭୁତାଇ ଥାନ୍ତି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଲିଙ୍କ କରି ଟଙ୍କା ଲୁଟି ନିଅନ୍ତି ।

JAMTADA

ସେହିଭଳି ଆଉ ଏକ ଉପାୟରେ ଲୋକଙ୍କୁ ଶିକାର ବନାଇଥାନ୍ତି ଏମାନେ । ତନ୍ତ୍ର ମନ୍ତ୍ରର ମିଛ ବାହାନା କରି ଲୋକଙ୍କୁ କୁହନ୍ତି ତୁମକୁ ଟଙ୍କା ଓ ସୁନା ମିଳିଗଲା । ଏହି ବ୍ୟାଗ୍‌ ତୁମ ପାଖରେ ପହଞ୍ଚିବ । ତାକୁ ପୁଣି ହ୍ଵାଟ୍‌ସଆପ୍‌ ଜରିଆରେ ଲୋକକୁ ଦେଖାଇଥାନ୍ତି ଯେ ବ୍ୟାଗ୍‌କୁ ନେଇ ଆମ ଲୋକ ତୁମ ପାଖକୁ ଯାଉଛି । ଏହା ପରେ ଅଚାନକ ଖବର ଆସିବ ଯେ ସୁନା ଓ ଟଙ୍କା ଥିବା ବ୍ୟାଗ୍‌କୁ ଭିଜିଲାନ୍ସ କିମ୍ବା ଇନକମ୍‌ ଟ୍ୟାକ୍ସ ଅଫିସର୍‌ ଜବତ କରିନେଲେ । ତାଙ୍କ ଠାରୁ ଏହାକୁ ହାସଲ କରିବା ଲାଗି ଟଙ୍କା ଦରକାର । ଏ ବାବଦରେ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଗାଯାଏ । ଆଉ ଯଦି ଲୋକଟି ଫସିଲା ତେବେ ତାର ସର୍ବସ୍ୱ ଗଲା ।

ତେଣୁ ସାବଧାନ୍‌ ହୋଇଯାଆନ୍ତୁ, ହନୁମାନ ପଇସା ଭଳି ଇଏ ଏକ ନୂଆ ନାଟକ ରଚିତଛନ୍ତି ସାଇବର ଅପରାଧୀମାନେ । ବିକୁଛନ୍ତି ପ୍ରେତାତ୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.