ଆଜି ରାଜଧାନୀରୁ ୩୪ ନୂଆ ପଜିଟିଭ କେସ, ସୁସ୍ଥ ହେଲେ ୪୩ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୦ ହଜାର ୮୯୫ କୁ ବୃଦ୍ଧି ପାଇଛି । ସୂଚନା ମୁତାବକ ଏବେକା ସମୟରେ ୩୭୭ ଟି ଆକ୍ଟିଭ କେଶ ରହିଛି । କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୨୨୩ ଜଣଙ୍କ ଜୀବନ ଯାଇସାରିଲାଣି ।

ଆଜିର ଚିହ୍ନଟଙ୍କ ମଧ୍ୟରୁ ୬ ଜଣ କୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ନେଇ କହିଛନ୍ତି ବିଏମସି କତ୍ତୃପକ୍ଷ । ଯେବେକି ୨୮ ଜଣ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷରେ ସହରର ୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହାକୁ ମିଶାଇ ୩୦ ହଜାର ୨୭୪ କୁ ବୃଦ୍ଧି ପାଇଛି ସୁସ୍ଥ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.