Below header

ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ଅନୁଗୁଳ ଓ ଢେଙ୍କାନାଳ, ଦୁଇ ଜିଲ୍ଲାର ୨୦ ଲକ୍ଷ ହିତାଧିକାରୀ ପାଇବେ ସ୍ମାର୍ଟ ହେଲଥ୍‌ କାର୍ଡ

କେନ୍ୟୁଜ୍(ବ୍ୟୁରୋ): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ଅନୁଗୋଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧୦ ଲକ୍ଷ ହିତାଧିକାରୀ । ଏଥିସହ ଅନୁଗୋଳ ଜିଲ୍ଲା ପାଇଁ ୧୧ଶହ ୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଭଲ ପିଇବା ପାଣି ଉପରେ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି । ଜିଲ୍ଲାରେ ମିଲେଟ ମିଶନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଥିବାରୁ ସେ ଖୁସି ପ୍ରକାଶ କରିଥିଲେ ।

bsky1

 ଅନୁଗୁଳ ପରେ ଢେଙ୍କାନାଳ ଗସ୍ତରେ ଯାଇ BSKY ସ୍ମାର୍ଟ କାର୍ଡ ବାଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୧୦ଲକ୍ଷ ହିତାଧିକାରୀ ପାଇବେ ସ୍ମାର୍ଟ ହେଲଥ୍‌ କାର୍ଡ । ଏହାସହ ଜିଲ୍ଲାକୁ ୮୮୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି । ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳର ସୁନାମ କରିଛି । ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ବିନିଯୋଗ କରାଯିବ ବେଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟର ସାଢେ ୩ କୋଟି ଲୋକ BSKY କାର୍ଡ ଦ୍ୱାରା ଉପକୃତ ହେବେ । ଏଭିତରେ ସାରା ରାଜ୍ୟର ଅଧା ଜିଲ୍ଲାରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.