ଗୁଗଲ୍‌ରେ ବ୍ୟାଙ୍କ ହେଲ୍ପଲାଇନ୍‌ ନମ୍ବର ସର୍ଚ୍ଚ କରି ଠକେଇର ଶିକାର, ୨ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ କଷ୍ଟମର କେୟାର ନାଁରେ ସାଇବର ଠକେଇ। ଗୁଗଲ୍‌ରେ ବ୍ୟାଙ୍କ ହେଲ୍ପଲାଇନ୍‌ ନମ୍ବର ସର୍ଚ୍ଚ କରି ଠକେଇର ଶିକାର। ଆକାଉଣ୍ଟରୁ ବାରମ୍ବାର ଟଙ୍କା କଟୁଥିବା କାରଣ ଜାଣିବାକୁ ବ୍ୟାଙ୍କ ହେଲ୍‌ପଲାଇନ୍‌ ନଂ ସର୍ଚ୍ଚ କରିଥିଲେ ଜଣେ ବ୍ୟକ୍ତି। ଇଣ୍ଟରନେଟରୁ ବ୍ୟାଙ୍କ ହେଲ୍ପଲାଇନ୍‌ରୁ ମିଳିଥିବା ନମ୍ବରକୁ ଫୋନ କରିଥିଲେ। କିନ୍ତୁ ନମ୍ବର ଫେକ୍‌ ଥିବାରୁ ଠକାମୀର ଶିକାର ହେଲେ ବ୍ୟକ୍ତି ଜଣକ।

ତାଙ୍କ ଠାରୁ ଓଟିପି ନେଇ ୨ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଚଳିତ ମାସରେ ଏଯାଏ ୧୦ଟି ମାମଲାରେ ୨୫ ଲକ୍ଷ ଟଙ୍କା ଠକେଇ ହୋଇଛି। ସଂପୃକ୍ତ କମ୍ପାନୀର ୱେବସାଇଟରୁ କଷ୍ଟମର୍‌ କେୟାର ନମ୍ବର ନେବାକୁ ପୋଲିସ ଓ ସାଇବର ଏକ୍ସପର୍ଟ ମତ ଦେଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.