Below header

ସଫେଇ କର୍ମଚାରୀମାନଙ୍କ ପାଇଁ ଖୁସି ଖବର,ଗରିମା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କୋର ସାନିଟେସନ କର୍ମଚାରୀମାନଙ୍କ ପାଇଁ ନୂଆ ଯୋଜନା ଗରିମାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ୟକ୍ତିଦ୍ୱାରା ସମ୍ପାଦିତ ହେଉଥିବା ମଳ ସଫେଇ ବ୍ୟବସ୍ଥା ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଢ଼ି ପରେ ପିଢ଼ି ସମାଜକୁ ଅମୂଲ୍ୟ ସେବା ଯୋଗାଇ ଆସୁଥିବା ଏହି ଅବହେଳିତ ବ୍ୟକ୍ତିମାନେ ସମାଜ ଦ୍ୱାରା ସର୍ବଦା ନିନ୍ଦିତ ଓ ବର୍ଜିତ ହେବା ସହ ଉପଯୁକ୍ତ ଜୀବିକା ନିର୍ବାହରୁ ବଞ୍ଚିତ। ଯଦି ଏହି ଅନ୍ୟାୟକୁ ସୁଧାରିବାକୁ ପଦକ୍ଷେପ ନିଆନଯାଏ, ବିବେକ ଶାନ୍ତି ହେବ ନାହିଁ । ଏହି ପ୍ରକାର ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।

ଯୋଜନାରେ ପ୍ରାୟ ୨୦ ହଜାର ମୂଳ ପରିମଳ କର୍ମଚାରୀ ଏବଂ ଏକ ଲକ୍ଷରୁ ଅଧିକ ସେମାନଙ୍କ ପରିବାରବର୍ଗ ଉପକୃତ ହେବେ । ଗରିମା ଯୋଜନାରେ ମୂଳ ପରିମଳ କର୍ମଚାରୀଙ୍କୁ ଚିହ୍ନଟ ଓ ପଞ୍ଜିକରଣ କରାଯାଇ ସେବା ପ୍ରଦାନକାରୀଙ୍କୁ ବ୍ୟକ୍ତିଗତ ଭାବେ ସୁରକ୍ଷା ଉପକରଣ ଏବଂ ଆବଶ୍ୟକ ମେସିନ ଯୋଗାଣକୁ ସୁନିଶ୍ଚିତ କରାଯିବ । ଦୁର୍ଘଟଣା ପାଇଁ ପରିବାରକୁ ଆର୍ଥିକ ସହାୟତା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟପାଇଁ ସ୍ୱତନ୍ତ୍ର ଭତ୍ତାର ପ୍ରବର୍ତ୍ତନ କରାଯିବ । ଇପିଏଫ୍‌, ଅବସରକାଳୀନ ସହାୟତ, ସ୍ୱାସ୍ଥ୍ୟ ଯାଂଚ ବ୍ୟବସ୍ଥା, ଜୀବନ ବୀମା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି । ଏହି ଅବସରରେ ସହରୀ ପରିଚାଳନା କେନ୍ଦ୍ର ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.