Below header

ତିନି ସେନା ମୁଖ୍ୟଙ୍କ ସହ ରାଜନାଥ ସିଂହଙ୍କ ବୈଠକ, ସୈନ୍ୟ ଅପସାରଣ ନେଇ ଆଲୋଚନା ସଫଳ ହେବ ବୋଲି ମିଳିଲା ସୂଚନା

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ଏଲ୍‌ଏସିରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଉଭୟ ପକ୍ଷର ସେନା ଯୁଦ୍ଧ ସ୍ଥିତିରେ ଥିବା ବେଳେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଘନ ଘନ ବୈଠକରେ କିଛି ଫଳ ମିଳୁନାହିଁ ।

ଫଳରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତିନି ସେନାମୁଖ୍ୟଙ୍କ ସହ ଚାଇନା ସୀମାର ସ୍ଥିତିକୁ ନେଇ ଚର୍ଚ୍ଚା କରିଛନ୍ତି ।

rajnath-00

ଏହାସହ ସୁରକ୍ଷା ସମୀକ୍ଷା ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେନେରାଲ୍‌ ନରଓ୍ଵାଣେ ଗଲଓ୍ଵାନ ଭ୍ୟାଲି, ଗୋଗ୍ରା,ହଟ୍‌ ସ୍ପ୍ରିଙ୍ଗ୍‌ ଓ ଫିଙ୍ଗର ୪ ଅଞ୍ଚଳରୁ ପ୍ରଥମ ଦଫାରେ ସୈନ୍ୟ ଅପସାରଣ ନେଇ ଦୁଇ ପକ୍ଷ ଏକମତ ହୋଇଥିବା ନେଇ ରାଜନାଥ ସିଂହଙ୍କୁ ସୂଚନା ଦେଇଥିଲେ ।

ଆଗାମୀ ସପ୍ତାହରେ ୪ର୍ଥ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା ନେଇ ମତ ପ୍ରକାଶ ପାଇଛି । ଯେଉଁଥିରେ ସୈନ୍ୟ ଅପସାରଣ ନେଇ ଆଲୋଚନା ସଫଳ ହେବ ବୋଲି ସୂଚନା ମିଳିଥିବା ଜଣାଯାଇଛି । ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଗୁରୁବାର ମସ୍କୋରେ ଚାଇନା ସମକକ୍ଷ ବାଙ୍ଗ ୟିଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିବା ଜଣାଯାଇଛି । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.