Below header

ପୁନର୍ଗଠନ ହେଲା CWC,ରାଜ୍ୟର ପ୍ରଭାରୀ ପରିବର୍ତ୍ତନ କଲା କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ପ୍ରଭାରୀ ପରିବର୍ତ୍ତନ କଲା କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ଡକ୍ଟର ଚେଲ୍ଲା କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଜିତେନ୍ଦ୍ର ସିଂଙ୍କ ଜାଗା ନେବେ ଚେଲ୍ଲାକୁମାର । ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଥିଲେ ଜିତେନ୍ଦ୍ର କୁମାର । ଚେଲ୍ଲାକୁମାର ତାମିଲନାଡୁ କ୍ରିଷ୍ଣଗିରି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

chellakumar

ସେହିପରି ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ମିଜୋରାମ ଓ ମଣିପୁରର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଗୁଲାମ ନବୀ ଆଜାଦ, ମୋତିଲାଲ ଭୋରା ଓ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ମହାସଚିବ ପଦରୁ ହଟାଇ ରଣଦୀପ ସୂର୍ଯ୍ୟେଓ୍ଵାଲା, ହରିଶ ରାଓ୍ଵତଙ୍କୁ ମହାସଚିବ କରାଯାଇଛି । ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ ପ୍ରଭାରୀ ପଦ ବଜାୟ ରଖିଛନ୍ତି ।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଡ. ଚେଲ୍ଲାକୁମାରଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି ।  ନିକଟରେ ୨୨ ଜଣ ବରିଷ୍ଠ ନେତାଙ୍କ ଚିଠିକୁ ନେଇ କଂଗ୍ରେସରେ ହଲଚଲ ସୃଷ୍ଟି ହୋଇଥିଲା । ଏଆଇସିସି ପୁନର୍ଗଠନ ହୋଇଛି । ସାଧାରଣ ସଂପାଦକ, ସିଡବ୍ଲୁସି ନୂଆ ତାଲିକାର ମୋହର ମାରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.