ପୁଣି ଅଡବା ପୋଲିସ ଦ୍ବାରା ୫ କୁଇଣ୍ଟାଲ ଗଞ୍ଜେଇ ଜବତ,୩ ଗିରଫ

ମୋହନା(କେନ୍ୟୁଜ୍): -ଗଜପତି ଜ଼ିଲ୍ଲା ଅଡବା ପୋଲିସ ପାଣିଗାଣ୍ଡା-କଟାମା ଛକ ରେ ପେଟ୍ରୋଲିଙ୍ଗ କଲାବେଳେ ବୋଲେରୋ ପିକଅପ ନଂ OD 07 Z 6865 ରୁ ୧୬ ଟି ପ୍ଲାଷ୍ଟିକ ବ୍ୟାଗ ରୁ ୫୨୫kg ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡକାପଙ୍କା ଗ୍ରାମର ସୁବଳ ପରିଛା,ପୂର୍ଣ୍ଣ ବିଷୋୟୀ ଏବଂ ଆର. ଉଦୟଗିରି ଥାନା ଏନ.ଝାଲରସିଂ ଗ୍ରାମର ସୁଶାନ୍ତ ପରିଛା। ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷ ହୋଇଥିବା ବେଳେ ଏହି ଗଞ୍ଜେଇ ଗଜପତି ଜ଼ିଲ୍ଲାରୁ ବ୍ରହ୍ମପୁର ଚାଲାଣ ହେଉଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି l ଏହି ଚଢ଼ାଉରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ l

mohan 1

ତେବେ ପୋଲିସର ଘନଘନ ଚଢ଼ାଉ ଚାଲିଥିଲେ ମଧ୍ୟ ଜ଼ିଲ୍ଲାରେ ରହି ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ସ୍ଥାନୀୟ ମାଫିଆ ମାନେ ବୋଲ ମାନୁନାହାନ୍ତି l ଅନ୍ୟପଟେ ପୋଲିସ ନାମନେଇ ଗଞ୍ଜେଇ ମାଫିଆଙ୍କ ସହ ଅଂଶୁ ନାମକ ଯୁବକର ସଲାସୁତାରର ଅଡିଓ ରେକର୍ଡିଙ୍ଗ ଭାଇରଲ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକ କିଏ ତାହାମଧ୍ୟ ସମସ୍ତଙ୍କ ଅଗୋଚରରେ ରହିଛି l ତେବେ ଅତିଶୀଘ୍ର ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଗଜପତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.