ରାୟଗଡ଼ା : ଜନଜାତିଙ୍କ ଭିତରେ କରୋନା ସଚେତନତାକୁ ବ୍ୟାପକ କରିଛନ୍ତି କୁଲି ପଞ୍ଚାୟତ ସରପଞ୍ଚ ହର ହେପରୁକା,ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶା

ରାୟଗଡ଼ା(କେନ୍ୟୁଜ): ଜନଜାତିଙ୍କ ଭିତରେ କରୋନା ସଚେତନତାକୁ ବ୍ୟାପକ କରିଛନ୍ତି ରାୟଗଡ଼ା ଜିଲ୍ଲା କୁଲି ପଞ୍ଚାୟତ ସରପଞ୍ଚ ହର ହେପରୁକା । କିସ୍‌ରୁ ପାଠପଢ଼ା ଶେଷ କରିଥିବା ହର ସ୍ଥାନୀୟ ଅଞ୍ଚଳରେ ଜନ ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି । କରୋନା ମୁକାବିଲା ପାଇଁ ତାଙ୍କ କାର୍ଯ୍ୟକୁ ବି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସିଏମ୍‌ଓ ଟ୍ଵିଟ୍‌ କରି ଲେଖିଛନ୍ତି, ହର ହେପରୁକା କରୁଥିବା ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଜନପ୍ରତିନିଧି ଭାବରେ ତୃଣମୂଳସ୍ତରରେ ତାଙ୍କର ଏପରି ନିଷ୍ଠାପର ଉଦ୍ୟମ ରାଜ୍ୟର କରୋନା ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରୁଛି ବୋଲି ଟ୍ଵିଟ୍‌ କରିଛି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ।

Leave A Reply

Your email address will not be published.