Below header

ରାଜ୍ୟରେ କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,କଟକ ଓ ଖୋର୍ଦ୍ଧାରେ ରଣନୀତି ସୁଦୃଢ଼ କରିବାକୁ ଦେଲେ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ୍‌ ପରିସ୍ଥିତି ଜାତୀୟସ୍ତରଠାରୁ ଭଲରେ ରହିଛି। କିନ୍ତୁ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ୍‌ କେସ୍‌ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଏହା ୪୨ ହଜାର ୪୦୪। ଯାହା ଜାତୀୟସ୍ତରଠାରୁ ବହୁତ ଅଧିକ।

ସେହିପରି ଆରୋଗ୍ୟ ହାର ୭୬.୭୮ ପ୍ରତିଶତ ରହିଛି। ମୃତ୍ୟୁ ହାର ରହିଛି ୦.୪୬ ପ୍ରତିଶତ। ମୌସୁମୀ ବର୍ଷା ଓ ବନ୍ୟା ସହ ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଛି। ଯାହା କୋଭିଡ୍‌ ପରିଚାଳନା ପାଇଁ ଆହ୍ଵାନ ସୃଷ୍ଟି କରିଛି। ସରକାରୀ କର୍ମଚାରୀ ବିଶେଷ କରି କଟକ ଓ ଭୁବନେଶ୍ୱରରେ କର୍ମଚାରୀଙ୍କ ମଧ୍ୟରେ କୋଭିଡ କେସ ବଢୁଥିବାରୁ ସମସ୍ତଙ୍କୁ କୋଭିଡ୍‌ ନିୟମଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶିଳ୍ପ, କୃଷି ଓ ଅନ୍ୟ କ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ। ସବୁ ବିଭାଗର ଜୀବିକା ସୃଷ୍ଟି କାର୍ଯ୍ୟକ୍ରମଗୁଡିକ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଗସ୍ତରେ ଯିବା ସମୟରେ ଜୀବିକା କାର୍ଯ୍ୟକ୍ରମରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.