ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୫୮୦ ନୂଆ ପଜିଟିଭ କେସ

ଭୁବନେଶ୍ଵର: ରାଜଧାନୀରେ ରେକର୍ଡ ଭାଙ୍ଗିଲା ଦୈନିକ ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ୫୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଆଜି ପର୍ଯ୍ୟନ୍ତର ସର୍ବାଧିକ ଆକ୍ରାନ୍ତ ସଂଖ୍ୟା । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ବିଏମ୍ସି କତ୍ତୃପକ୍ଷ । ଏହାକୁ ମିଶାଇ ସହରର ମୋଟ ଆକ୍ରନ୍ତ ସଂଖ୍ୟା ୧୧୮୫୩ କୁ ବୃଦ୍ଧି ପାଇଛି । ଏଯାବତ ସହରରୁ ୭୨୫୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୫୪୫ଟି ଆକ୍ଟିଭ କେସ ରହିଛି । ଯେବେକି ସହରରୁ ୪୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ
Update on newly detected & cured #COVID19 cases in the last 24 hrs under the BMC area on 3rd Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/2khcPZvlYw— BMC (@bmcbbsr) September 3, 2020
୨୨୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୩୫୯ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାଯାଇଛି । ଯେବେକି ଏମଧ୍ୟରୁ ୨ ଜଣଙ୍କର ପୂର୍ବରୁ ଟ୍ରାଭେଲ ହିଷ୍ଟ୍ରୀ ରହିଛି । ଆକ୍ରାନ୍ତ ସଂଖ୍ୟା ସହ ସହରର ସୁସ୍ଥ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ୩୧୬ ଜଣ ଆରୋଗ୍ୟ ଲାଭ କରି ଫେରିଥିବା ନେଇ ରେକର୍ଡ ହୋଇଛି ।