ମନ୍ତ୍ରିମଣ୍ଡଳରେ ହେବନି କୌଣସି ଅଦଳବଦଳ , ବିଜେଡି କୌଣସି ମହାମେଣ୍ଟର ଅଂଶ ନୁହେଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବନି କୌଣସି ଅଦଳବଦଳ। ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ ହେବନାହିଁ। ବିଜେଡି କୌଣସି ମହାମେଣ୍ଟର ଅଂଶ ନୁହେଁ। ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ହୋଇଥିଲା। ମନ୍ତ୍ରିମଣ୍ଡଳରେ ୩ଟି ପଦ ଖାଲି ରହିଛି। କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ୱ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।