Below header

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି, କେନ୍ଦୁପତ୍ର ଉପରୁ GST ଛାଡ଼ କର

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କେନ୍ଦୁପତ୍ର ଉପରୁ GST ଛାଡ଼ କର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ଯୋଗୁ ରାଜ୍ୟରେ ୮ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିଛି ।

ଭୁବନେଶ୍ୱର : କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କେନ୍ଦୁପତ୍ର ଉପରୁ GST ଛାଡ଼ କର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ଯୋଗୁ ରାଜ୍ୟରେ ୮ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିଛି ।

ଅଧିକାଂଶ କେନ୍ଦୁପତ୍ର ତୋଳାଳି ଆଦିବାସୀ ଓ ମହିଳା ଏବଂ ଗରିବ ଶ୍ରେଣୀର । ଅନୁସୂଚିତ ଜନଜାତି ଓ ଅନ୍ୟ ପାରମ୍ପରିକ ବନବାସୀ ଆଇନ, ୨୦୦୬ରେ ଆଦିବାସୀଙ୍କୁ କେନ୍ଦୁପତ୍ର ତୋଳିବା ପାଇଁ ଅଧିକାର ମିଳିଛି । ଅଦିବାସୀମାନେ କେନ୍ଦୁପତ୍ର ତୋଳିବା ଓ ବିକ୍ରୀ କରିବା ପାଇଁ ଅଧିକାର ପାଇଛନ୍ତି ।

ତେବେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ଯୋଗୁ କେନ୍ଦୁପତ୍ର କାରବାର ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । ଏଥିଯୋଗୁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ଲୋକଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା ଉପରୁ ଜିଏସ୍‌ଟି ହଟାଇବାକୁ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.