ଭାରତର ଏହି ସ୍ଥାନରେ ପଡ଼େ ସୂର୍ଯ୍ୟର ପ୍ରଥମ କିରଣ, ଦୂର ଦୂରାନ୍ତରରୁ ଆସିଥାନ୍ତି ପର୍ଯ୍ୟଟକ

ନୂଆ ବର୍ଷ ସମୟରେ ସମଗ୍ର ଦେଶରୁ ପର୍ଯ୍ୟଟକମାନେ ସୂର୍ଯ୍ୟର ପ୍ରଥମ କିରଣ ଦେଖିବା ପାଇଁ ଏଠାକୁ ଆସିଥାନ୍ତି । ଦିଲ୍ଲୀରେ ଦିନ ୪ଟା ସମୟରେ ଏଠାରେ ରାତି ହୋଇଯାଇଥାଏ । ସକାଳ ୩ ଟା ସମୟରେ ହିଁ ଏହି ସ୍ଥାନରେ ସୂର୍ଯ୍ୟଙ୍କ ଲାଲ କିରଣ ଦେଖାଯିବା ଆରମ୍ଭ କରେ । ଏଠାକାର ସନ୍ଧ୍ୟା, ସକାଳ ଭଳି ଦେଖାଯାଇଥାଏ । ଆପଣ ବର୍ଷର କୌଣସି ସମୟରେ ଏହି ଡୋଙ୍ଗ ଗାଁକୁ ଯାଇ ପାରିବେ ।

ପ୍ରକୃତିରେ ଅନେକ ରହସ୍ୟ ରହିଛି । ପ୍ରକୃତି ହେଉଛି ଭଗବାନଙ୍କର ସୁନ୍ଦର ସୃଷ୍ଟି । ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ ଦେଖିବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦୋୟକୁ ଦେଖି ପାରିବେ । ସୂର୍ଯ୍ୟର ପ୍ରଥମ କିରଣ ଯେତେବେଳେ ପୃଥିବୀ ପୃଷ୍ଠରେ ପଡ଼େ, ସେତେବେଳେ ପୃଥିବୀର ସୁନ୍ଦରତା ଅଧିକ ବଢିଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ପୃଥିବୀର ପ୍ରଥମ କିରଣ ଭାରତର କେଉଁ ରାଜ୍ୟରେ ପଡ଼ିଥାଏ । ଭାରତର ଅରୁଣାଚଳ ପ୍ରଦେଶରେ ପୃଥିବୀର ପ୍ରଥମ କିରଣ ପଡ଼େ ଏହା ଅନେକ ଲୋକ ଜାଣିଥିବେ ନିଶ୍ଚିତ । କିନ୍ତୁ ଅରୁଣାଚଳ ପ୍ରଦେଶର କେଉଁ ଅଞ୍ଚଳରେ ସର୍ବପ୍ରଥମେ ସୂର୍ଯ୍ୟ କିରଣ ପଡ଼େ ତାହା ହୁଏତ ଆପଣଙ୍କୁ ଜଣା ନଥିବ । ଆଜି ଆମେ ଆପଣଙ୍କୁ ଭାରତର ସେହି ସ୍ଥାନ ବିଷୟରେ ଜଣାଇବୁ ଯେଉଁଠାରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଥାଏ ।

ବହୁତ କମ ଲୋକ ଅରୁଣାଚଳ ପ୍ରଦେଶର ସେହି ସ୍ଥାନ ବିଷୟରେ ଜାଣିଛନ୍ତି ଯେଉଁଠାରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଥାଏ । ଅରୁଣାଚଳ ପ୍ରଦେଶ ରାଜ୍ୟରେ ସୂର୍ଯ୍ୟଦୋୟ ପ୍ରଥମେ ହୋଇଥାଏ । ସୂର୍ଯ୍ୟର ପ୍ରଥମ କିରଣ ସର୍ବପ୍ରଥମେ ଏହି ରାଜ୍ୟର ଭୂମିରେ ପଡ଼ିଥାଏ । ଅରୁଣାଚଳ ପ୍ରଦେଶର ଡୋଙ୍ଗ ଭେଲିରେ ଥିବା ବେଦାଙ୍ଗ ଭେଲିରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଥାଏ । ଭାରତ, ଚୀନ ଏବଂ ମିଆଁମାରର ତ୍ରିକୋଣୀୟ କ୍ଷେତ୍ରରେ ଅବସ୍ଥିତ ଏହି ଛୋଟ ଗାଁ ପୂର୍ବୋତ୍ତର ସୀମାରେ ଥିବା ଭାରତର ପ୍ରଥମ ଗାଁ କୁହାଯାଇଥାଏ । ଭାରତରେ ସୂର୍ଯ୍ୟର ପ୍ରଥମ କିରଣ ଏହି ଛୋଟ ଗାଁ ଉପରେ ହିଁ ପଡ଼ିଥାଏ ।

ନୂଆ ବର୍ଷ ସମୟରେ ସମଗ୍ର ଦେଶରୁ ପର୍ଯ୍ୟଟକମାନେ ସୂର୍ଯ୍ୟର ପ୍ରଥମ କିରଣ ଦେଖିବା ପାଇଁ ଏଠାକୁ ଆସିଥାନ୍ତି । ଦିଲ୍ଲୀରେ ଦିନ ୪ଟା ସମୟରେ ଏଠାରେ ରାତି ହୋଇଯାଇଥାଏ । ସକାଳ ୩ ଟା ସମୟରେ ହିଁ ଏହି ସ୍ଥାନରେ ସୂର୍ଯ୍ୟଙ୍କ ଲାଲ କିରଣ ଦେଖାଯିବା ଆରମ୍ଭ କରେ । ଏଠାକାର ସନ୍ଧ୍ୟା, ସକାଳ ଭଳି ଦେଖାଯାଇଥାଏ । ଆପଣ ବର୍ଷର କୌଣସି ସମୟରେ ଏହି ଡୋଙ୍ଗ ଗାଁକୁ ଯାଇ ପାରିବେ । କିନ୍ତୁ ଏହି ଅଞ୍ଚଳକୁ ଯିବାର ଉଚିତ ସମୟ ଏପ୍ରିଲ କିମ୍ବା ଅକ୍ଟେବରର ମଧ୍ୟବର୍ତ୍ତୀ ସମୟ । ଦେଶର ଅଧିକାଂଶ ସ୍ଥାନରେ ସକାଳ ୩ ଟା ସମୟରେ ଘନ ଅନ୍ଧକାରରେ ସମସ୍ତେ ଶୋଇଥିବାବେଳେ ଏହି ସ୍ଥାନରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଥାଏ ଏବଂ ସକାଳ ୪ ଟା ସମୟରେ ଏହି ସ୍ଥାନ ସମ୍ପୂର୍ଣ୍ଣ ଭାବେ ଉଜ୍ଜ୍ୱଳ ହୋଇଯାଏ ।

ଡୋଙ୍ଗ ଗାଁରେ ଦିନର ପ୍ରକାଶ ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଡୋଙ୍ଗ ଗାଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ।ଏହା ପାଖାପାଖି ୧୨୪୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହି ଗାଁରେ ଭାରତର ସୀମା ଚୀନ ଓ ମାଆଁମାର ସହ ମିଶିଛି । ସୂଚନା ଅନୁସାରେ ଏହି ଗାଁରେ ମାତ୍ର ୩୫ ଜଣ ରହୁଛନ୍ତି ।

୧୯୯୯ ମସିହା ପୂର୍ବରୁ ଭାରତରେ ସୂର୍ଯ୍ୟର ପ୍ରଥମ କିରଣ ଆଣ୍ଡାମାନର କଚ୍ଛଳ ଦ୍ୱୀପରେ ପଡ଼ୁଥିବା ବିଶ୍ୱାସ କରାଯାଉଥିଲା । କିନ୍ତୁ ୧୯୯୯ ମସିହାରେ ସୂର୍ଯ୍ୟର ପ୍ରଥମ କିରଣ ଆଣ୍ଡାମାନ ନୁହେଁ ଡୋଙ୍ଗ ଗାଁରେ ପଡ଼ିଥାଏ ବୋଲି ଜଣା ପଡ଼ିଥିଲା । ସୂର୍ଯ୍ୟର ପ୍ରଥମ କିରଣ ଦେଖିବା ପାଇଁ ଏହି ଅଞ୍ଚଳକୁ ଦୂର ଦୂରାନ୍ତରରୁ ପର୍ଯ୍ୟଟକମାନେ ଆସୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.