Below header

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ CMC ବୈଠକରେ ହୋହଲ୍ଲା ; ଅଧାରୁ ଉଠିଗଲେ ମେୟର

କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । କମ୍ପିଲା ସିଏମସି ସମ୍ମିଳନୀ କକ୍ଷ। କଟକ ମହାନଗର ନିଗମର ୨୦ତମ ସାଧାରଣ ପରିଷଦ ବୈଠକ ଆରମ୍ଭରୁ ହୋ ହାଲ୍ଲା ଓ ପାଟିତୁଣ୍ଡ । ଶାସକ ଓ ବିରୋଧୀ ଦଳ କର୍ପୋରେଟର ମୁହାଁମୁହିଁ।

କଟକ (କେନ୍ୟୁଜ): କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । କମ୍ପିଲା ସିଏମସି ସମ୍ମିଳନୀ କକ୍ଷ। କଟକ ମହାନଗର ନିଗମର ୨୦ତମ ସାଧାରଣ ପରିଷଦ ବୈଠକ ଆରମ୍ଭରୁ ହୋ ହାଲ୍ଲା ଓ ପାଟିତୁଣ୍ଡ । ଶାସକ ଓ ବିରୋଧୀ ଦଳ କର୍ପୋରେଟର ମୁହାଁମୁହିଁ। ବୈଠକ ଅଧାରୁ ବାତିଲ କରି ଉଠି ଚାଲି ଗଲେ ମେୟର, ଡେପୁଟୀ ମେୟର ଓ କମିଶନର। “ଅଲ ପାସ” ନାରା ଦେଲେ ଶାସକ ଦଳ କର୍ପୋରେଟର।

ସେପଟେ ବାଲିଯାତ୍ରା ଆୟୋଜନରେ ଦୁର୍ନୀତି ଅଭିଯୋଗ ଆଣି ପ୍ରଥମେ ଉତ୍ତର ମାଗିଥିଲେ ବିରୋଧୀ। ମେୟର ସୁବାସ ସିଂହ କହିଛନ୍ତି, ଆଲୋଚନା ଉପରକୁ ନ ଆସି ହୋ ହାଲ୍ଲା କରୁଛନ୍ତି ବିରୋଧୀ। କିଛି କର୍ପୋରେଟର କାଉନସିଲ ବୈଠକ ଆଗକୁ ବଢାଇବାକୁ ଦେଉ ନାହାନ୍ତି। ଗୃହରେ ଷ୍ଟାଣ୍ଡିଂ କମିଟି ପ୍ରସ୍ତାବଗୁଡିକ ଅନୁମୋଦନ ନ ହେଲେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢି ପାରିବ ନାହିଁ। ବାଲିଯାତ୍ରା ଆୟୋଜନରେ ଦୁର୍ନୀତି ଅଭିଯୋଗର କୌଣସି ଆଧାର ନାହିଁ ବୋଲି ମେୟର ସଫେଇ ଦେଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.