Below header

କଳିଙ୍ଗ ଟିଭିର ସ୍ପୋର୍ଟସ କନକ୍ଲେଭ୍: “ଓଡ଼ିଶା ଦେଶର ନମ୍ବର ଓ୍ଵାନ୍ ସ୍ପୋର୍ଟସ ହବ୍ ” ଆୟୋଜିତ

ଓଡ଼ିଶା ଦେଶର ନମ୍ବର ଓ୍ଵାନ୍ ସ୍ପୋର୍ଟସ ହବ୍ । ଏହି ବିଷୟକୁ ନେଇ ଆଜି ଅନୁଷ୍ଠିତ ହୋଇଛି କଳିଙ୍ଗ ଟିଭିର ସ୍ପୋର୍ଟସ କନକ୍ଲେଭ୍ । ଏହି କାର୍ଯ୍ୟକ୍ରମରେ କିଟ୍ , କିସ୍ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଙ୍କ ସମେତ ବିଭିନ୍ନ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଦେଶର ନମ୍ବର ଓ୍ଵାନ୍ ସ୍ପୋର୍ଟସ ହବ୍ । ଏହି ବିଷୟକୁ ନେଇ ଆଜି ଅନୁଷ୍ଠିତ ହୋଇଛି କଳିଙ୍ଗ ଟିଭିର ସ୍ପୋର୍ଟସ କନକ୍ଲେଭ୍ । ଏହି କନକ୍ଲେଭ୍ ଅନ୍ତର୍ଗତ ଆଲୋଚନା ରହିଥିଲା ଓଡ଼ିଶା କ୍ରୀଡ଼ାରେ ସରକାରୀ ଓ ଘରୋଇ ଭାଗିଦାରୀ (PPP Impact on odisha sports) ଏବଂ କ୍ରୀଡ଼ା ପର୍ଯ୍ୟଟନ ଏବଂ ଚାମ୍ପିଅନଙ୍କ ମୁହଁରୁ(sports tourisim and champions talk) । ଏହି କାର୍ଯ୍ୟକ୍ରମରେ କିଟ୍ , କିସ୍ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଙ୍କ ସମେତ ବିଭିନ୍ନ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରେ ଏନଡିଟିଭି ସ୍ପୋର୍ଟସ ଏଡିଟର ବିମଲ ମୋହନ, ଜାଭେଲିନ୍ ଥ୍ରୋରେ ଅଲିମ୍ପିକ ଓ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜୟିନୀ ଅନ୍ନୁ ରାଣୀ ପ୍ରମୁଖ ଯୋଗଦେଇଥିଲେ।

କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଏବଂ ଯୋଗ ବିଭାଗ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଏମଜିଏମ୍ ଗ୍ରୁପ୍ କମ୍ପାନୀର ଚେୟାରମ୍ୟାନ୍ ପଙ୍କଜ ଲୋଚନ ମହାନ୍ତି, ଏସଏନଏମ୍ ଗ୍ରୁପ୍ କମ୍ପାନୀ ଚେୟାରମ୍ୟାନ୍ ପ୍ରବୋଧ ମହାନ୍ତି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ଵାର ଓଡ଼ିଶା ମୁଖ୍ୟ ପ୍ରଶାନ୍ତ ହୋତା ମଧ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଚାମ୍ପିଅନ୍ସ ଟକ୍ ରେ ଅର୍ଜୁନ ପୁରସ୍କାର ଜିତିଥିବା ମିନତି ମହାପାତ୍ର, ଆଥଲେଟ୍ ଶ୍ରାବଣୀ ନନ୍ଦ, ଅନୁରାଧା ବିଶ୍ୱାଳ, ଏନ୍ ଡିଟିଭି ସ୍ପୋର୍ଟସ କନସଲଟାଣ୍ଟ ଏଡିଟର ରିକା ରୟ ଭାଗ ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.