‘ମୁସଲିମ ଲିଗ୍‌ ଜମ୍ମୁ-କାଶ୍ମୀର’କୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର, ୫ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

କେନ୍ଦ୍ର ସରକାର ମୁସଲିମ ଲିଗ୍ ଜମ୍ମୁ-କାଶ୍ମୀର (ମସରତ ଆଲମ୍‌ ଗ୍ରୁପ୍)କୁ ବ୍ୟାନ୍‌ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଟ୍ଵିଟ୍‌ କରି କହିଛନ୍ତି କି, ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଅଧୀନରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଏହି ସଙ୍ଗଠନ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି।

ମସରତ ଆଲମ୍‌ ଭଟ ମୁସଲିମ ଲିଗ୍ ମସରତ ଆଲମ୍‌ ଗ୍ରୁପ୍‌ର ନେତୃତ୍ୱ ନେଇଛନ୍ତି। ଏହି ସଙ୍ଗଠନ ନିଜର ଦେଶ ବିରୋଧୀ ତଥା ପାକିସ୍ତାନ ସମର୍ଥିତ ପ୍ରଚାର ପାଇଁ ଜଣାଯାଇଥାଏ। ଏହା ଜମ୍ମୁ-କାଶ୍ମୀରକୁ ଭାରତଠାରୁ ସ୍ୱତନ୍ତ୍ର କରିବାକୁ ଚାହୁଁଛି, ଯାହାଫଳରେ ଜମ୍ମୁ-କାଶ୍ମୀର ପାକିସ୍ତାନ ସହିତ ମିଶିପାରିବ ଏବଂ ଜମ୍ମୁ-କାଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା ହୋଇପାରିବ।

ସଙ୍ଗଠନର ସଦସ୍ୟମାନେ ଜମ୍ମୁ ଓ କାଶ୍ମୀରରେ ବିଚ୍ଛିନ୍ନତା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାମିଲ ଅଛନ୍ତି। ଏହାର ନେତା ଏବଂ ସଦସ୍ୟମାନେ ଆତଙ୍କବାଦୀଙ୍କୁ ସମର୍ଥନ କରି ସୁରକ୍ଷା ବାହିନୀ ଉପରେ ଲଗାତାର ପଥର ମାଡ଼ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି।

ସୂଚନାଥାଉ କି, Under the Unlawful Activities Prevention Act (UAPA) ଅଧୀନରେ କେନ୍ଦ୍ର ସରକାର କୌଣସି ସଙ୍ଗଠନକୁ ‘ବେଆଇନ’ କିମ୍ବା ‘ଆତଙ୍କବାଦୀ’ ସଙ୍ଗଠନ ଘୋଷଣା କରିପାରନ୍ତି, ଯାହାକୁ ସାଧାରଣ ଭାଷାରେ ‘ପ୍ରତିବନ୍ଧକ’ କୁହାଯାଏ। ଗୃହ ମନ୍ତ୍ରଣାଳୟ ମୁତାବକ, ବର୍ତ୍ତମାନ ସମୟରେ ଦେଶରେ ୪୨ଟି ସଙ୍ଗଠନକୁ ଆତଙ୍କୀ ସଙ୍ଗଠନ ଘୋଷଣା କରାଯାଇଛି। ଅର୍ଥାତ୍‌ ସେଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ କିଛି ଖଲିସ୍ତାନୀ ସଙ୍ଗଠନ, ଲସ୍କର-ଏ-ତୋଏବା, ଜୈଶ୍‌-ଏ-ମହମ୍ମଦ, ଲିଟ୍ଟେ ଏବଂ ଅଲ୍‌କାଏଦା ଭଳି ସଙ୍ଗଠନ ସାମିଲ ରହିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.