ସମ୍ବଲପୁର: କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ

କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ ।

ସମ୍ବଲପୁର (କେନ୍ୟୁଜ): କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ । ଗତ ୨୫ ତାରିଖରେ ହୀରାକୁଦ ଡ୍ୟାମ ରାସ୍ତାରେ ଡ୍ୟୁଟି କରୁଥିଲେ ଜଣେ କନେଷ୍ଟବଳ। ଏହି ସମୟରେ କିଛି ଯୁବକ ଡ୍ୟାମ ବୁଲିବାକୁ ଆସିଥିଲେ । ସେହିଦିନ ହୀରାକୁଦ ଅଶୋକ ନିବାସରେ ରାଜ୍ୟପାଳ ରହିଥିବାରୁ କାହାକୁ ଉପରକୁ ଛଡାଯାଉନଥିଲା । କନେଷ୍ଟବଳ ଜଣକ ଯୁବକଙ୍କ ମନା କରିବାରୁ ସେମାନେ ମାଡ ମାରି ଫେରାର ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.