ଜମ୍ମୁ-କାଶ୍ମୀରରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ଭଣ୍ଡୁର, ଶ୍ରୀନଗର-ବାରାମୂଲା ରାଜପଥରେ IED ନଷ୍ଟ କଲା ସେନା

ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ବୁଧବାର ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି। ଶ୍ରୀନଗର-ବାରାମୂଲା ରାଜପଥରେ ଆତଙ୍କବାଦୀମାନେ ଆଇଇଡି ଖଞ୍ଜିଥିଲେ। ଏହାକୁ ସେନା ଉଦ୍ଧାର କରି ନଷ୍ଟ କରିଦେଇଛି।

ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ବୁଧବାର ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି। ଶ୍ରୀନଗର-ବାରାମୂଲା ରାଜପଥରେ ଆତଙ୍କବାଦୀମାନେ ଆଇଇଡି ଖଞ୍ଜିଥିଲେ। ଏହାକୁ ସେନା ଉଦ୍ଧାର କରି ନଷ୍ଟ କରିଦେଇଛି। ଭାରତୀୟ ସେନାର ଚିନାର କର୍ପସ୍‌ ଆଇଇଡି ଉଦ୍ଧାର ଏବଂ ଏହାକୁ ନଷ୍ଟ କରାଯିବା ବିଷୟରେ ସୂଚନା ଦେଇଛି।

ଚିନାର କର୍ପସ୍‌ କହିଛି ଯେ ଶ୍ରୀନଗର-ବାରାମୂଲା ରାଜପଥର ଲାୟପୁରା ନିକଟରେ ଆଇଇଡି ଜବତ କରାଯାଇଥିଲା। ଚିନାର କର୍ପସ୍‌ର ଯବାନ ଏବଂ ଜମ୍ମୁ-କାଶ୍ମୀର ପୋଲିସ ଏହାକୁ ଜବତ କରି ଲାୟପୁରାରେ ହିଁ ନଷ୍ଟ କରିଦେଇଛନ୍ତି। ଏବେ ଆତଙ୍କବାଦୀମାନେ ଲଗାତାର ଭାବେ ସେନାକୁ ଟାର୍ଗେଟ୍‌ କରି ଆକ୍ରମଣ କରିବା ଏବଂ ରାଜପଥ ଓ ରାସ୍ତାଗୁଡ଼ିକରେ ଆଇଇଡି ଖଞ୍ଜିବା ଆରମ୍ଭ କରିଛନ୍ତି।

ସେନାର ଅଧିକାରୀମାନେ କହିଛନ୍ତି ଯେ ସକାଳ ସମୟରେ ସୁରକ୍ଷା ବାହିନୀ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶ୍ରୀନଗର-ବାରାମୂଲା ରାଜପଥର ଲାୟପୁରାରେ ସେମାନେ ଏକ ଗ୍ୟାସ୍‌ ସିଲିଣ୍ଡର ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସୁରକ୍ଷା ବାହିନୀ ତୁରନ୍ତ ଯାତାୟାତର ରାସ୍ତା ବଦଳାଇ ଦେଇଥିଲେ। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ସୂଚନା ଦିଆଯାଇଥିଲା ଏବଂ ସେମାନେ ଘଟଣାସ୍ଥଳରେ ପହଞ୍ଚି ଆଇଇଡିକୁ ନଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.