ଦୁର୍ଘଟଣାରେ ବି ଲୁଟିବାକୁ ପଛାଇଲେନି ଲୋକେ, ବସ୍ତାରେ କୁକୁଡ଼ା ଭର୍ତ୍ତି କରି ଘଟଣାସ୍ଥଳରୁ ଛୁ ମାରିଲେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଅନେକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ଗାଡ଼ି ମଧ୍ୟରେ ଏକ କୁକୁଡ଼ା ଭର୍ତ୍ତି ଥବା ଗାଡ଼ି ମଧ୍ୟ ଦେଖାଯାଇଛି । କୁକୁଡ଼ା ଭର୍ତ୍ତି ଥିବା ଗାଡ଼ି ଦେଖି ଲୋକେ ନିଜ ଲୋଭକୁ ଆଉ ସମ୍ଭାଳି ପାରିଲେନି ଏବଂ ହାତରେ ଯାହା ପଡ଼ିଲା ଧରି ଘରକୁ ଚାଲିଲେ ।

ଆଜି ସକାଳେ ଆଗ୍ରା-ଫିରୋଜାବାଦ ଜାତୀୟ ରାଜପଥରେ ଘନ କୁହୁଡ଼ି ଯୋଗୁଁ ଅନେକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଏହି ଦୁର୍ଘଟଣାରେ କୁକୁଡ଼ା ଭର୍ତ୍ତି ଥିବା ଏକ ଗାଡ଼ି ମଧ୍ୟ ସାମିଲ ଥିଲା । ଦୁର୍ଘଟଣା ପରେ ରାଜରାସ୍ତାରେ କୁକୁଡ଼ା ଲୁଟ୍ ଆରମ୍ଭ ହୋଇଯାଇଥିଲା । ଘନ କୁହୁଡ଼ି ଯୋଗୁଁ ପ୍ରାୟ ୧୧ରୁ ୧୨ଟି ଗାଡି ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ ସ୍ଥାନୀୟ ଲୋକ ଫାଇଦା ଉଠାଇବାକୁ ଭୁଲି ନଥିଲେ ଏବଂ ଦୁର୍ଘଟଣାରେ ପିଡ଼ିତ ଲୋକଙ୍କୁ ସାହାଯ୍ୟ କରିବେ କଣ ମନ ଇଚ୍ଛା କୁକୁଡ଼ା ବୋହିବାରେ ଲାଗିଥିଲେ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଅନେକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ଗାଡ଼ି ମଧ୍ୟରେ ଏକ କୁକୁଡ଼ା ଭର୍ତ୍ତି ଥବା ଗାଡ଼ି ମଧ୍ୟ ଦେଖାଯାଇଛି । କୁକୁଡ଼ା ଭର୍ତ୍ତି ଥିବା ଗାଡ଼ି ଦେଖି ଲୋକେ ନିଜ ଲୋଭକୁ ଆଉ ସମ୍ଭାଳି ପାରିଲେନି ଏବଂ ହାତରେ ଯାହା ପଡ଼ିଲା ଧରି ଘରକୁ ଚାଲିଲେ । ଅଖା ଧରି ଗାଡ଼ି ଚାରିପାଖେ ଅନେକ ଲୋକ ବୁଲୁଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୋକମାନେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କୁକୁଡ଼ା ଲୁଟି ଚାଲିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଲୋକମାନେ ସେଠାରୁ ପଳାଇ ଯାଇଥିଲେ । କିନ୍ତୁ ପୋଲିସ ପହଞ୍ଚବା ବେଳକୁ ଗାଡ଼ିରେ ଆଉ କୁକୁଡ଼ା ନଥିଲା ।

ନିକଟରେ ଘନ କୁହୁଡି ଯୋଗୁଁ ଅନେକ ସଡ଼କ ଦୁର୍ଘଟଣାର ଖବର ଆସୁଛି । ଆଗ୍ରା ଏକ୍ସପ୍ରେସୱେରେ ଅନେକ ଗାଡି ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କୁହୁଡ଼ି ଯୋଗୁଁ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.