ନୂଆ ବର୍ଷ ପାଇଁ ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ

ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟୁଇନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ।

ଭୁବନେଶ୍ୱର (କେନ୍ୟୁଜ): ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଏହା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଶାନ୍ତି ଶୃଙ୍ଖଳା ସହ ନିୟୁ ଇୟର ସେଲିବ୍ରେସନ କରନ୍ତୁ । ନିୟମ ଉଲ୍ଲଂଘନ କରି କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ ଦ ସ୍ପଟ ଆକ୍ସନ ନେବ ବୋଲି ସେ କହିଛନ୍ତି । ନୂଆ ବର୍ଷରେ ପେଟ୍ରୋଲିଂ କୁ ଜୋରଦାର କରାଯିବ । ଏହାସହ ବେପରୁଆ ଡ୍ରାଇଭିଂ ଓ ରୋଡ ରୋମିଓଙ୍କ ଉପରେ ରହିବ କଡ଼ା ନଜର I କମିଶନରେଟ ପୋଲିସ ୨୦୨୩ରେ ଅନେକ ସଫଳତା ପାଇଛି। କେସ ଡିଟେକ୍ସନ୍, ଚୋରି ହୋଇଥିବା ମୋବାଇଲ ଫୋନ, ବାଇକ ଫେରେଇ ଆଣିବା, ସିନିଅର୍ ସିଟି ଜେନ, କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବା ରେ ସଫଳତା ମିଳିଛି। ଆଗକୁ ୨୦୨୪ରେ ସାଇବର କ୍ରାଇମ୍ ଓ ନିର୍ବାଚନ ପରିଚାଳନା ଫୋକସ ରହିବ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.