Below header

ଛକକୁ ଯାଇ ଘରକୁ ଫେରି ନଥିଲା ପୁଅ, ଆଜି ବିଲ ମଝିରୁ ଉଦ୍ଧାର ହେଲା

ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୁଅ କହିଥିଲା ବୋଉ ମୁଁ ଟିକିଏ ଏହି ଛକରୁ ଚା ପିଇ ଆସୁଛି । ହେଲେ ବିତିଗଲା ସମୟ ସନ୍ଧ୍ୟା ପରେ ରାତି ହୋଇଗଲା ହେଲେ ମା’କୁ କଥା ଦେଇ ଯାଇଥିବା ପୁଅ ଘରକୁ ଫେରିଲାନି। ହେଲେ ଯେତେବେଳେ ପରିବାର ଲୋକେ ଶମ୍ଭୁକୁ ଖୋଜା ଖୋଜି କରିଥିଲେ ପାଇନଥିଲେ । ରାତି ପାହି ସକାଳ ହୋଇଥିଲା ହେଲେ ଶମ୍ଭୁର କୌଣସି ଖୋଜ୍‌ ଖବର ମିଳିନଥିଲା । ସକାଳୁ ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ବିଲ ମଝିରେ ଶମ୍ଭୁ କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଛି ।

ବାଲେଶ୍ବର: ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୁଅ କହିଥିଲା ବୋଉ ମୁଁ ଟିକିଏ ଏହି ଛକରୁ ଚା ପିଇ ଆସୁଛି । ହେଲେ ବିତିଗଲା ସମୟ ସନ୍ଧ୍ୟା ପରେ ରାତି ହୋଇଗଲା ହେଲେ ମା’କୁ କଥା ଦେଇ ଯାଇଥିବା ପୁଅ ଘରକୁ ଫେରିଲାନି। ହେଲେ ଯେତେବେଳେ ପରିବାର ଲୋକେ ଶମ୍ଭୁକୁ ଖୋଜା ଖୋଜି କରିଥିଲେ ପାଇନଥିଲେ । ରାତି ପାହି ସକାଳ ହୋଇଥିଲା ହେଲେ ଶମ୍ଭୁର କୌଣସି ଖୋଜ୍‌ ଖବର ମିଳିନଥିଲା । ସକାଳୁ ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ବିଲ ମଝିରେ ଶମ୍ଭୁ କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଛି । ପୁଅ କଥା ଶୁଣି ଦେଖିବାକୁ ଧାଇଁ ଆସିଥିଲା ମା । ପୁଅକୁ ଏପରି ଅବସ୍ଥାରେ ଦେଖି ବିଲ ମଝିରେ ମୁଣ୍ଡ ପିଟି କାନ୍ଦୁଛି ମା ।

ସୁଚନା ମୁତାବିକ୍‌, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଠାଳିଆ ଗ୍ରାମର ଶମ୍ଭୁ ନାଥ ପଢିଆରୀ । ଶମ୍ଭୁନାଥ ଗତକାଲି ରାତି ୭ଟା ସମୟରେ ଛକକୁ ଚା ପିଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ। ତାପରେ ସେ ଘରକୁ ଫେରିନଥିଲେ। ଗତକାଲି ଠାରୁ ନିଖୋଜ ଥିବା ବେଳେ ଆଜି ସେହି ଗ୍ରାମର ଏକ କ୍ଷେତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଶମ୍ଭୁନାଥ ଗତକାଲି ଠାରୁ ନିଖୋଜ ଥିବା ବେଳେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କର ମୃତଦେହ କ୍ଷେତରେ ପଡି ଥିବାର ଦେଖି ଶମ୍ଭୁନାଥଙ୍କ ପରିବାର ଲୋକଙ୍କୁ ଖବର ଦେଇ ଥିଲେ। ତେବେ ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଏହା ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.