ଏହି ଜେଲରେ କଏଦୀଙ୍କ ଉପରେ ନଜର ରଖନ୍ତି ହଂସ, ଜାଣନ୍ତୁ ଏପରି କାହିଁକି ହୋଇଥାଏ

ଜେଲ୍‌ରେ ମଧ୍ୟ ମଣିଷଙ୍କ ବଦଳରେ କ୍ୟାମେରା ମାଧ୍ୟରେ ସେଠିକାର ଲୋକଙ୍କ ଉପରେ ନଜର ରଖାଯାଉଛି । କିନ୍ତୁ ଏହି କିଛି ସମୟ ମଧ୍ୟରେ ବ୍ରାଜିଲ୍‌ର ଗୋଟିଏ ଜେଲ୍‌ ନିଜର ବିଶେଷ ଗାଇଡ୍‌ ଲାଇନ୍‌ କାରଣରୁ ଅନେକ ଚର୍ଚ୍ଚାରେ ଆସିଅଛି ।

ବର୍ତ୍ତମାନ ସମୟରେ ଦୁନିଆରେ ଅନେକ ଜିନିଷରେ ନୂଆ ନୂଆ ପରିବର୍ତ୍ତନ ହେଉଛି । ତେବେ ଏହି ସବୁ ପରିବର୍ତ୍ତନରେ ସବୁଠାରୁ ବଡ କଥା ଏହା ହେଉଛି ଯେ ଏହି ପରିବର୍ତ୍ତନରେ ପୂର୍ବପରି ମଣିଷଙ୍କ ଆବଶ୍ୟକତା ପଡୁନାହିଁ । ଏପରି ଭାବେ ଜେଲ୍‌ରେ ମଧ୍ୟ ମଣିଷଙ୍କ ବଦଳରେ କ୍ୟାମେରା ମାଧ୍ୟରେ ସେଠିକାର ଲୋକଙ୍କ ଉପରେ ନଜର ରଖାଯାଉଛି । କିନ୍ତୁ ଏହି କିଛି ସମୟ ମଧ୍ୟରେ ବ୍ରାଜିଲ୍‌ର ଗୋଟିଏ ଜେଲ୍‌ ନିଜର ବିଶେଷ ଗାଇଡ୍‌ ଲାଇନ୍‌ କାରଣରୁ ଅନେକ ଚର୍ଚ୍ଚାରେ ଆସିଅଛି ।

ବାସ୍ତବରେ ବ୍ରାଜିଲ୍‌ର ଅନେକ ଜେଲ୍‌ରେ ଗାଡ୍‌ଙ୍କ ସ୍ଥାନରେ କୁକୁର ବଦଳରେ ହଂସ ରଖାଯାଇଛି । ତେବେ ଏହାକୁ ନେଇ ଏବେ ଏକ ପ୍ରଶ୍ନ ଉଠିଛି ଯେ ହଂସ ସେଠାରେ ଏପରି କ’ଣ କରିବେ ? ଏହି ଜେଲ୍‌ ପ୍ରଶାସନଙ୍କ ମାନିବା ଅନୁସାରେ, ପକ୍ଷୀମାନେ ବହୁତ ଭଲ ଗାଡ୍‌ ହୋଇପାରିଥାନ୍ତି । କାରଣ ଏମାନଙ୍କର ଶୁଣିବା କ୍ଷମତା ବହୁତ ଭଲ ହୋଇଥାଏ । ସେଥିପାଇଁ ସେମାନଙ୍କୁ ଟିକେ ବି କିଛି ଶବ୍ଦ ହେବା ମାତ୍ରେ ସେମାନେ ବହୁତ ଜୋର୍‌ରେ ସ୍ୱର କରି ସତର୍କ କରିଦେଇଥାନ୍ତି ।

ସୂଚନା ମୁତାବକ, ଜେଲ୍‌ର ନିର୍ଦ୍ଦେଶକ କହିଛନ୍ତି ଯେ ସେଠାରେ ଇଲେକ୍ଟ୍ରୋନିକ ସର୍ବାଇଲଲାନ୍ସ ରହିଛି । ବ୍ୟକ୍ତିଗତ ସର୍ବାଇଲଲାନ୍ସ ଅଛି କିନ୍ତୁ ବର୍ତ୍ତମାନ କୁକୁରମାନଙ୍କୁ ବଦଳାଇବା ପାଇଁ ଆମେ ଗିଡ୍‌ ସର୍ବାଇଲଲାନ୍ସ ଲଗାଯାଇଛି । ତେବେ ରାତିରେ ଏଠାରେ ବହୁତ ଶାନ୍ତ ରହିଥାଏ । ତେବେ ଆପଣମାନେ ତ ଜଣିଥିବେ ଜେଲ୍‌ ଏପରି ଏକ ସ୍ଥାନ ଯେଉଁଠାରେ ସବୁ ବେଳେ ଶାନ୍ତି ଥାଏ । ଏପରି ଭାବେ ହଂସ ଏହି ସ୍ଥାନରେ ନଜର ରଖିବା ପାଇଁ ବହୁତ ଭଲ ଗାଡ୍‌ ହୋଇପାରିବେ ।

ଜେଲର ଆଭ୍ୟନ୍ତରୀଣ ବାଡ ଏବଂ ଏହାର ମୁଖ୍ୟ ବାହ୍ୟ କାନ୍ଥ ମଧ୍ୟରେ ଥିବା ସ୍ଥାନକୁ ଏକ ଗାର୍ଡ କୁକୁର ପାଟ୍ରୋଲିଂ କରନ୍ତି । ପ୍ରାୟତଃ ୧୨ ବର୍ଷ ପର୍ଯ୍ୟନ୍ତ କଏଦୀମାନଙ୍କୁ ଖସିଯିବାକୁ ରୋକିବା ପାଇଁ ବ୍ରାଜିଲର ଜେଲଗୁଡିକ ହଂସ ଉପରେ ନିର୍ଭର କରିଛନ୍ତି । ଏପରି ଭାବେ ହଂସ ସେହି ଜେଲରେ କଏଦୀମାନଙ୍କ ଉପରେ ନଜର ରଖନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.