Below header

ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଲା ରେଢାଖୋଲ ପୋଲିସ୍ , ଜଣେ ଅଟକ

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଛି ରେଢାଖୋଲ ପୋଲିସ୍ । ଜବତ ହୋଇଛି ୫ଟି ଟ୍ରଲର । ସାଧୁମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ରେଢାଖୋଲ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ ଗାଡ଼ିରୁ କୋଇଲା ଚୋରି କରାଯାଇ ଏଠାରେ ରଖାଯାଇଥିବା ଜଣାପଡିଛି ।

ତେବେ ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲା ଟ୍ରଲର ଡ୍ରାଇଭର । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
। ସବୁଠୁ ବଡ଼ କଥା ହେଲା, ବହୁ ଦିନରୁ ଏହି କୋଇଲା କାରବାର ହେଉଥିବା ବେଳେ ସେଠାରେ ଏକ ଅସ୍ଥାୟୀ ଗୋଦାମ ଘର ରହିଛି । ଘର ଭିତରେ ଖାଇବା, ଶୋଇବା, ରହିବାର ବ୍ୟବସ୍ଥା କରାଯାଇଛି।। ପ୍ରତି ଗାଡିରୁ ୨ରୁ ୩ କୁଇଣ୍ଟାଲ କୋଇଲା ବାହାର
କରାଯାଏ ବୋଲି ଅଟକ ଥିବା ବ୍ୟକ୍ତି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.