Below header

ବାଙ୍କୁଆଳ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୪ ସାଙ୍ଗ: ବଞ୍ଚିଗଲେ ତିନି, ଜଣେ ମୃତ

ଭୁବନେଶ୍ବର: ବାଙ୍କୁଆଳ କୁଆଖାଇ ନଦୀରେ ଅଘଟଣ । ୪ ଜଣ ସାଙ୍ଗ ନଦୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ୩ ଜଣ ଯୁବକ କୂଳକୁ ଚାଲି ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ଚାରିଜଣ ବାଳକ ଗାଧୋଇବା ପାଇଁ ଟଙ୍କପାଣି ନିକଟ କୁଆଖାଇ ନଦୀକୁ ଯାଇଥିଲେ। ଗାଧୋଇବା ସମୟରେ ନଈ ପାଣିରେ ଥିବା ଚୋରା ବାଲିରେ ମହେଶ୍ୱର ପୃଷ୍ଟି ନାମକ ବାଳକର ଗୋଡ଼ ଖସି ଯାଇଥିଲା । ଯାହାଫଳରେ ସେ ଆଉ ବାହାରକୁ ଆସି ପାରି ନଥିଲା। ବୁଡି ଯାଉଥିବା ବେଳେ ମଳୟ ନାମକ ବାଳକକୁ ଉଦ୍ଧାର ପାଇଁ ଡାକିଥିଲେ। ଏମାନେ ପାଖରେ ଥିବା କିଛି ଲୋକଙ୍କୁ ଉଦ୍ଧାର ପାଇଁ ଡାକିଲେ । ଚେଷ୍ଟା କଲେ ବାହାର କରିବାକୁ କିନ୍ତୁ ଶେଷରେ ମହେଶ୍ୱର ବୁଡି ଯାଇଥିଲେ।

ଅଗ୍ନିଶମ କର୍ମଚାରୀ ଆସି ଖୋଜାଖୋଜି କରିବା ପରେ ତାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଚାରିଜଣ ବାଳକଙ୍କ ମଧ୍ୟ ବର୍ତ୍ତି ଯାଇଥିବା ତିନିଜଣ ଲକ୍ଷ୍ମୀସାଗର ଅଞ୍ଚଳର ହୋଇଥିବା ବେଳେ ମୃତ ବାଳକ ସେହି ଅଞ୍ଚଳରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.