ମହିଳା ମାଓବାଦୀ ପାଳିଲେ ମହିଳା ଦିବସ, ଜଙ୍ଗଲରେ କଲେ ଏକ ବିରାଟ ରାଲିର ଆୟୋଜନ

ମାଲକାନଗିରି: ମହିଳା ମାଓବାଦୀ ପାଳିଲେ ମହିଳା ଦିବସ। ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜଙ୍ଗଲରେ ମାଓବାଦୀମାନେ ପାଳିଛନ୍ତି ବିଶ୍ୱ ମହିଳା ଦିବସ। ଭେରମଗଡ଼ ଏରିଆ କମିଟି ପକ୍ଷରୁ କେରଲାପାଲ ଗାଁର ଆଭ୍ୟନ୍ତରୀଣ ଜଙ୍ଗଲରେ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା।

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯାତନା ସମ୍ପର୍କରେ ଏକଜୁଟ ହେବାକୁ ସମସ୍ତଙ୍କୁ ଆହ୍ଵାନ୍‌ ଦିଆଯାଇଥିଲା। ପୋଲିସ ଓ ଯବାନଙ୍କ ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରାଯାଇଥିଲା। ସୁକମା ଅ଼ଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମହିଳା ଦିବସ ପାଳନ କରିବାକୁ ଆହ୍ଵାନ୍‌ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.