କାଲିମେଳାର ଏହି ଅସହାୟ ଭାଇ ଭଉଣୀଙ୍କୁ ସହାୟ ହେବ କିଏ?

ମାଲକାନଗିରି (କେନ୍ୟୁଜ) : ଏଇ ଝିଅଟି ଜାଣିଛି ବାପା ମା ହରାଇବାର ଦୁଃଖ । କାରଣ ଏବେ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡୁଛି ପ୍ରତି ମୁହୂର୍ତ୍ତରେ । ସାଙ୍ଗରେ ଭାଇଟିଏ ଅଛି । ଆଉ ଏତେ ବଡ ଦୁନିଆରେ ଏକା ହୋଇ ଯାଇଛନ୍ତି ଏହି ବାପା ମାଆ ଛେଉଣ୍ଡ ଦୁଇଜଣ । ଗଣ୍ଡାଏ ଖାଇବାକୁ ଦେବାକୁ ବି କେହି ନାହାନ୍ତି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ପି. ଭି-୮୩ । ଏହି ଗାଁର ଦୁଇ ଅନାଥ ଭାଇ ଭଉଣୀ ।

ବାପା, ମା’ ତ ୧୫ ବର୍ଷ ପୂର୍ବେ ଆରପାରିକୁ ଚାଲିଗଲେ। ପରିବାରର ସମସ୍ତ ବୋଝ ବଡ ଭାଇ ସନାତନ ସରକାରଙ୍କ ଉପରେ ପଡ଼ିଲା। ହେଲେ ଭାଗ୍ୟ ବୋଧହୁଏ କିଛି ଅଲଗା ଚାହୁଁଥିଲା। ଗଣ୍ଡାଏ ଖାଇବାକୁ ଦେଉଥିବା ବଡଭାଇକୁ ବି ଆରପାରିକୁ ନେଇଗଲେ ଭଗବାନ। ଯାହାପରେ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛନ୍ତି ଏହି ଦୁଇ ଭାଇ ଭଉଣୀ।

ଫଟା କାନ୍ଥ ଫଟା ଟିଣ ଘର । ଏହିଠି ରୁହନ୍ତି ଏମାନେ। ଭଉଣୀ ରାକ୍ଷୀର ବୟସ ୧୬ ବର୍ଷ ଓ ଛୋଟ ଭାଇକୁ ୧୪ ବର୍ଷ ବୟସ। ଦୁଇ ଜଣଙ୍କୁ ପାଠ ପଢ଼ିବାକୁ ବହୁତ ମନ ଥିଲେ ବି ଭାଗ୍ୟ ସହାୟକ ହେଉନି । ଗଣ୍ଡେ ଖାଇବାକୁ ତ ନାହିଁ ପାଠ ପଢ଼ିବେ ବା କେମିତି।  ଆଶ୍ଚର୍ଯ୍ୟର କଥା ହେଉଛି କେମିତି କେଜାଣି ପ୍ରଶାସନ କି ଜନପ୍ରତିନିଧି କାହାର ବି ନଜର ପଡୁନି ଏହି ଅସହାୟ ପିଲାଙ୍କ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.