Below header

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ଆୟତ୍ତ କଲା ଦମ୍‌କଳ ବାହିନୀ

ମୋହନା (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ରା.ଉଦୟଗିରି ଠାରେ ଆଜି ଅପରାହ୍ନ ୪ଟା ବେଳେ ବଜ୍ରପାତ ଘଟି ଗୋଟିଏ ନଡ଼ିଆ ଗଛ ଜଳି ଯାଇଛି । ବର୍ଷା ସିନା ଅଳ୍ପ ହୋଇଥିଲା ହେଲେ ତାସାଙ୍ଗକୁ ପ୍ରବଳ ବିଜୁଳି ଘଡ ଘଡି ମାରିଥିଲା । ଏହି ସମୟରେ ସ୍ଥାନୀୟ ଦିଗବାରଣ ସାହିର ମାଣିକ ପାଇକଙ୍କ ଘର ବାଡ଼ିପଟ ଥିବା ଏକ ନଡ଼ିଆ ଗଛ ଉପରେ ବଜ୍ରପାତ ହୋଇ ନିଆଁ ଲାଗି ଯାଇଥିଲା । ଗଛଟି ହୁତ୍‌ ହୁତ୍‌ ହୋଇ ଜଳିବାରେ ଲାଗିଲା । ସ୍ଥାନୀୟ ଲୋକେ ଦମ୍‌କଳ ବାହିନୀକୁ ଖବର ଦେବା ପରେ ସେମାନେ ଆସି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ । ତେବେ ଏହି ଘଟଣାରେ ଗାଁର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.