ଗବେଷକଙ୍କ ନୂଆ ତଥ୍ୟ, ୧୪ ଦିନ ପରେ ବି କରୋନା ସଂକ୍ରମିତଙ୍କ ଠାରେ ଭାଇରସ୍‌ ଦେଖାଯାଇପାରେ 

୧୪ ଦିନ କ୍ୱାରେଣ୍ଟାଇନ୍‌ ପରେ ମଧ୍ୟ କେତେକ କରୋନା ସଂକ୍ରମିତଙ୍କ ଠାରେ ଭାଇରସ୍‌ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଏହି ଗବେଷଣା କାମ୍ବ୍ରିଜ୍‌ ୟୁନିଭରସିଟିର ଇନ୍‌ଫେକ୍‌ସନ୍‌ କଣ୍ଟ୍ରୋଲ୍‌ ହସ୍‌ପିଟାଲର ଗବେଷକମାନେ ପ୍ରକାଶ କରିଛନ୍ତି ।

ଗବେଷକମାନେ ଜାନୁଆରୀ ୨୦ ତାରିଖରୁ ଫେବ୍ରୁଆରୀ ୧୨ ମଧ୍ୟରେ ପ୍ରାୟ ୧୭୫ଟି ମାମଲା ଉପରେ ଗବେଷଣା କରି ଏହି ନିଷ୍କର୍ସରେ ପହଞ୍ଚିଛନ୍ତି । ଚୀନ୍‌ ଅଞ୍ଚଳରୁ ଆସିଥିବା ଓ ସେମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଏଭଳି ଦୁଇ ଗ୍ରୁପ୍ରର ରୋଗୀଙ୍କ ଉପରେ ଏହି ଗବେଷକମାନେ ଗବେଷଣା କରିଥିଲେ ।

ଯେଉଁମାନଙ୍କର ହାରାହାରି ବୟସ ଥିଲା ୪୧.୨ ବର୍ଷ । ଗବେଷକମାନେ ଆହୁରି ଜାଣିବାକୁ ପାଇଥିଲେ ଯେ ଦୁଇ ଗ୍ରୁପ୍‌ ରୋଗୀଙ୍କର ଚରିତ୍ର ପ୍ରାୟ ସମାନ ରହିଥିଲା ।
ଚୀନ ଅଞ୍ଚଳରୁ ଆସିଥିବା ଗ୍ରୁପ୍‌ର ସଂକ୍ରମଣ ସମୟ ୧୭.୧ ଦିନ ଥିବା ବେଳେ ସଂକ୍ରମିତ ଗ୍ରୁପ୍‌ର ସମୟ ୧୨.୧ ଦିନ ରହିଥିବା ଗବେଷକମାନେ ପ୍ରକାଶ କରିଥିଲେ ।

ତେଣୁ ସଂକ୍ରମିତଙ୍କ ଠାରେ ଭାଇରସ୍‌ ରହିବାର ସମୟ ସୀମା ଯାହା ୧୪ ଦିନ ବୋଲି କୁହାଯାଉଥିଲା ତାହା ଠିକ୍‌ ନୁହେଁ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.